ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ
ରାୟଗଡା ୦୫-୦୨-୨୪ ଜେକେ ପେପର ମିଲ୍ସ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଓ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତରଫରୁ ଆଜି କୋଲନରା ବ୍ଲକ ଅଧିନସ୍ଥ ଲେଲିବାଡି ଗ୍ରାମ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇ ଥିଲା। ଏଥିରେ 45 ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। 13 ଜଣ ମୋତିଆବିନ୍ଦୁ ରୋଗୀ, 3 ଜଣ ଟେରିଜିମ୍ 17 ଜଣଙ୍କର ଦୃଷ୍ଟି ଦୋଷ ରୋଗୀ ବାହାରି ଥିଲେ। ପ୍ରଥମ ପର୍ଯ୍ୟାୟରେ 13 ଜଣ ଙ୍କୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ କୁ ଅସ୍ତ୍ରୋପଚାର ପାଇଁ ପଠାଗଲା। ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ର ଅଫଥାଲ୍ମୋଜିଷ୍ଟ ଜଗଦୀଶ କୋଣ୍ଡାଗରି ଓ ଜେକେ ପେପର୍ ମିଲ୍ସ ର ସାମାଜିକ ଦାୟିତ୍ଵ ବିଭାଗ ର ଅଧିକାରୀ ହରିହର ଖମାରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ପରି ପ୍ରତି ମାସରେ ଅନ୍ୟୁନ 200 ଚକ୍ଷୁ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଉଛି। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ଔଷଧ ଓ ଚଶମା ପ୍ରଦାନ କରାଯିବ । ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା
