ଚିକିଟୀ ବ୍ଲକ୍ ରେ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ

ଚିକିଟୀ ବ୍ଲକ୍ ରେ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ l ସମଗ୍ର ଶିକ୍ଷା, ଗଞ୍ଜାମ ତଥା ଜିଲ୍ଲା ଅନ୍ଧତ୍ବ ଦୂରୀକରଣ ସଂସ୍ଥା, ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ଚିକିଟୀ ବ୍ଲକର ଚାରି ଗୋଟି ଭିନ୍ନ ଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ର ସମସ୍ତ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଚକ୍ଷୁ ସମସ୍ୟା ଥିବା ଜଣା ପଡିଥିଲା, ସେମାନେ ସଂପୃକ୍ତ ବିଦ୍ୟାଳୟର ଜଣେ ସହଯୋଗୀ ଶିକ୍ଷକ/ ଶିକ୍ଷୟିତ୍ରୀ ଙ୍କ ସହ ଆସି ଶିବିରରେ ଚକ୍ଷୁ ପରୀକ୍ଷା କରାଇ ଆବଶ୍ୟକ ଚଷମା ପାଇଁ ପଞ୍ଜୀକୃତ ହୋଇଥିଲେ। ନୂଆପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ମଦନ ମୋହନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ସୁନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଚିକିଟୀ ପେଣ୍ଠ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ମୋଟ ୭୬୨ ଜଣ ଚକ୍ଷୁ ପରୀକ୍ଷା କରାଇ ଥିବାବେଳେ ୨୭୭ ଜଣ ଚଷମା ପାଇବା ପାଇଁ ପଞ୍ଜୀକୃତ ହୋଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ଏ.ବି.ଇ ଓ ତଥା ବି.ଆର୍.ସି ତ୍ରିନାଥ ମଲ୍ଲିକ, ଏ.ବି.ଇ.ଓ ନାୟକ ସେଠୀ ଓ ମେଘନାଥ ବେହେରା, ନୂଆପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପୃଷ୍ଟି, ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ, ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ସୁନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶିଲା ସୀତାରାମ ଓ ତାଙ୍କର ସହଯୋଗୀ ଦଳ ସମସ୍ତ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଇ ଥିବାବେଳେ ସମସ୍ତ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ପୂର୍ଣ୍ଣ ସହଯୋଗ କରିଥିଲେ। ବି.ଆର୍.ଟି ତାରା ପ୍ରସାଦ ପ୍ରଧାନ ଓ ପ୍ରସନ୍ନ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *