ବିଶ୍ଵ ବ୍ରାହ୍ମଣ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ରାୟଗଡା ବ୍ଲକ ଅନ୍ତର୍ଗତ ଜେକେପୁରସ୍ଥିତ ବିଶ୍ୱ ବ୍ରାହ୍ମଣ ସଂଘ ପକ୍ଷରୁ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପି ଗୌରୀ ଶଙ୍କର ରାଓଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଏହି ଚକ୍ଷୁ ପରୀକ୍ଷାରେ ୨୫୦ରୁ ଅଧିକ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା ବିଶେଷଜ୍ଞ ଡାକ୍ତରଙ୍କଦ୍ୱାରା କରାଇଥିଲେ । ଅନୁଷ୍ଠାନର ସଭାପତି କେ ଗୌରୀ ଶଙ୍କର, ଉପସଭାପତି ବି ସୁରେଶ,ସମ୍ପାଦକ ଏମ ରବି କୁମାର ଯୁଗ୍ମ ସମ୍ପାଦକ ଟି ଶ୍ରୀକାନ୍ତ ଓ କୋଷଧ୍ୟକ୍ଷ ଜି ହେମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
