ପାହାଡ଼ିଆ ଅଞ୍ଚଳ ବାସୀଙ୍କ ଓ ବନ୍ୟ ପ୍ରାଣୀଙ୍କ ନିଦ ହଜାଇ ଦେଇଛି ଜଙ୍ଗଲନିଆଁ

ପାହାଡ଼ିଆ ଅଞ୍ଚଳ ବାସୀଙ୍କ ଓ ବନ୍ୟ ପ୍ରାଣୀଙ୍କ ନିଦ ହଜାଇ ଦେଇଛି ଜଙ୍ଗଲନିଆଁ।

  • ନିଆଁ ଧୂଆଁରେ ଦେଖା ଯାଉନାହିଁ ଆଖି।
  • ବିପଦରେ ଶ୍ୱାସ ଓ କିଡିନି ରୋଗୀ।
  • ବନ ବିଭାଗର ଜନସଚେତନତା ଫେଲ୍।

ଫୁଲବାଣୀ:ନିପ୍ର:-୨୮/୦୩ ଦୁଇଦିନ ହେଲାଣି ଖଜୁରୀପଡ଼ା ବ୍ଲକ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଚାରିଆଡ଼େ ନିଆଁରେ ଧ୍ଵଂସ ହେଉଛି ପତିତ ଜଙ୍ଗଲ। ଆତଙ୍କ ରେ ବନ୍ୟ ସମ୍ପଦ ଓ ପ୍ରାଣୀ।ଲୋପ ପାଉଛି ମୂଲ୍ୟବାନ ଔଷଧ ବୃକ୍ଷ ଓ ଫଳ। ନିଆଁ ଲଗାଉଛି କିଏ ଓ କଣ ପାଇଁ ସେମାନେ ନିଆଁ ଲଗାଉଛନ୍ତି ବୃକ୍ଷ ଓ ଜଙ୍ଗଲ ତାର କଣ କ୍ଷତି କରିଛି ଏଭଳି ଅନେକ ପ୍ରଶ୍ନ ଉଠୁଛି ମନରେ। ହେଲେ ବନ ବିଭାଗର ଭୂମିକା ଏଠାରେ ଫେଲ ମାରିଛି। ଲୋକଙ୍କ ପାଖରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ପହଞ୍ଚି ପାରି ନାହିଁ ନା ଜନ ସଚେତନତା ବାର୍ତ୍ତା ପ୍ରହସନ ହୋଇଛି ଏହାମଧ୍ୟ ବୁଦ୍ଧିଜୀବିଙ୍କୁ ଆଶ୍ଚର୍ଯ୍ୟ କରୁଛି ଜଙ୍ଗଲ ନିଆଁର ଦୃଶ୍ୟ। ଚିନ୍ତାରେ ପାହାଡ଼ିଆ ଅଞ୍ଚଳବାସୀ । ନିଆଁ ଧୂଆଁରେ ଅତିଷ୍ଠ


ଅତିଷ୍ଠ ହୋଇ ପଡିଲେଣି ସାଧାରଣ ଲୋକେ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତି। ବିଶେଷ କରି ଶ୍ୱାସ ଓ କିଡିନି ରୋଗରେ ପୀଡିତ ଥିବା ବ୍ୟକ୍ତି ଅଣ ବିଶ୍ୱାସୀ ହେଉଛନ୍ତି ସେମାନଙ୍କ ପାଇଁ ଏହା ଏକ ବଡ଼ ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ। ଆଖି ଜଳାପୋଡ଼ା ରେ ପ୍ରାୟତ ଦୂରକୁ ଦେଖାଯାଉନାହିଁ ବୋଲି ଅନେକ ପାହାଡ଼ିଆ ଗ୍ରାମ ବାସୀଙ୍କ ଠାରୁ ସକାଳୁ ଦିନ ତମାମ ଖବର ଲେଖା ଯିବା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ହୋଇ ପାରି ନାହିଁ। ବନ୍ୟ ପ୍ରାଣୀ ଜାତୀୟ ରାଜପଥ ଉପରକୁ ଓ ଗାଁ ନିକଟକୁ ପ୍ରାଣ ବିକଳରେ ପଳାଇ ଆସୁଥିବା ମଧ୍ୟ ଗ୍ରାମ ଲୋକ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ପାଖରୁ ଶୁଣିବାକୁ ମିଳୁଛି। ବିଶେଷ କରି ସୁଡୁକୁମ୍ପା ବନାଞ୍ଚଳ ଏରିଆ ବିଲାବାଡ଼ି ପଞ୍ଚାୟତ,ସୁଡୁକୁମ୍ପା ପଞ୍ଚାୟତ ରାଣୀପଥର ଏରିଆ ସୂଡ୍ରେଜୁ ପଞ୍ଚାୟତ,ଏରିଆରେ ସମସ୍ତ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଧ୍ବଂସ ପଉଛି ପତିତ ଜଙ୍ଗଲ।ଫୁଲବାଣୀ ଠାରୁ ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ୧୫୭ ଜାତୀୟ ରାଜପଥ ରାଣୀପଥର ଘାଟି ନିଆଁ ଧୂଆଁରେ
ଯାତ୍ରୀଙ୍କ ପାଇଁ ବିପଦ ହୋଇ ପଡ଼ିଛି। ଏହା ପୂର୍ବରୁ ଏହି ଘାଟିରେରେ ନିଆଁ ଲାଗିଥିଲା ବିଭିନ୍ନ ଗଣ ମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇ ସାରିଛି। ପୁଣି ଏହା ଦୂତୀୟ ପର୍ଯ୍ୟାୟ ଜଙ୍ଗଲରେ ନିଆଁ ଲାଗି ଧୂଆଁ ଧୂସରରେ ଜଙ୍ଗଲ ଅଦୃଶ୍ୟ ଦେଖାଯାଉଛି ସମସ୍ତ ଜଙ୍ଗଲକୁ ବ୍ୟାପିଛି।ଏଠାରେ ପ୍ରଶ୍ନ ଉଠୁଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ବନ ବିଭାଗକୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏଥିରେ ଜଙ୍ଗଲ ସମ୍ପଦ ଓ ପ୍ରାଣୀ ସମ୍ପଦକୁ ରକ୍ଷା କରିବାକୁ ଜନସଚେତନତା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାପାଇଁ ନିର୍ଦ୍ଦେଶ ରହିଛି।ଅନ୍ୟ ପକ୍ଷରେ ବନ ସଂରକ୍ଷଣ ସମିତି ମଧ୍ୟ ଗଠନ କରି ସେମାନଙ୍କ ମାଧ୍ୟମରେ ଜଙ୍ଗଲ ସୁରକ୍ଷା କରିବା ନିୟମ ମଧ୍ୟ ହୋଇଛି ଓ ଅନେକ ବନ ସଂରକ୍ଷଣ ସମିତି ମଧ୍ୟ ଗଠନ କରାଯାଇଛି ଏବଂ ଆବଶ୍ୟକ ପରିମାଣର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ତଥାପି ଜଙ୍ଗଲ ବଞ୍ଚି ରହିବାରେ ଅସମ୍ଭବ ହେଉଥିବା ଓ ନିଆଁ ଦାଉରୁ ରକ୍ଷା ପାଉନଥିବା ସହିତ ବିପଦରୁ ବର୍ତ୍ତି ପାରୁ ନାହାଁନ୍ତି ଜଙ୍ଗଲ ପ୍ରାଣୀ। ଏ ନେଇ ବୁଦ୍ଧିଜୀବି ମହଲରେ ବନ ବିଭାଗ ପ୍ରତି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ବୁଦ୍ଧିଜୀବୀ ମାନେ କହିବା କଥାଯେ ଗ୍ରାମାଞ୍ଚଳରେ ସମସ୍ତ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟିକରି ପରୁ ନାହାଁନ୍ତି ବନ ଅଧିକାରି ବରଂ କ୍ଷମତା ବ୍ୟବହାର କରୁଛନ୍ତି ଆକ୍ରସ ମୂଳକ ଦଣ୍ଡ ଭିଆଉଛନ୍ତି। ପ୍ରତି ଗାଁରେ ଯୁବକ ସଂଘ ମାନଙ୍କୁ ଅଣଦେଖା କରୁଛନ୍ତି ସେମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରୁ ନାହାଁନ୍ତି। ଯୁବକ ସଂଘ ମାନଙ୍କୁ ନିଜ ବିଭାଗରେ ଅନ୍ତର୍ଭୁକ୍ତ କରାଇ ପ୍ରୋତ୍ସାହନ ଯୋଗାଇ ଉତ୍ସାହିତ କଲେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି। ନ ହେଲେ ନଜେ ନିଜକୁ କ୍ଷମତା ଦେଖାଇ ଯେତେ ଉଦ୍ୟମ ଓ ଚେଷ୍ଠା କଲେ ମଧ୍ୟ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ଜଙ୍ଗଲ ସମ୍ପଦ ଓ ପ୍ରାଣୀକୁ ସୁରକ୍ଷା ଦେବାରେ ନିଶ୍ଚିତ ବିଫଳ ହେବ ଏଥିରେ କୌଣସି ସନ୍ଧେହ ନାହିଁ ବୋଲି ବରିଷ୍ଠ ଆଇନ ଜିବୀ ତଥା ଖଜୁରୀପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପିତାମ୍ବର ସାହୁ ପ୍ରକାଶ କରିଛନ୍ତି ସେ ଆହୁରି କହିଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ କାଉନସେଲିଂ କରିବା ସହିତ ଜନସଚେତନତା କୁ ସକ୍ରିୟ କରାଗଲେ ନିଶ୍ଚିତ ଭାବେ କିଛି ସଫଳ ହେବ ବୋଲି।

Leave a Reply

Your email address will not be published. Required fields are marked *