ରୋଷେଇ ଘରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଗୋପନଗର ସାହିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର। ଗାଁର ରମେଶ ଦେହୁରୀଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଚୁଲାରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଘରେ ଥିବା ଧାନ, ଚାଉଳ, ଆସବାବପାତ୍ର ଘରୋଇ ଉପକରଣ ସହ କିଛି ଦରକାର ଦସ୍ତାବିଜ କାଗଜପତ୍ର ମଧ୍ୟ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି।ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *