ବିଦ୍ୟାଳରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ
ବିଦ୍ୟାଳରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ କବିସୂର୍ଯ୍ୟନଗର:-୦୪/୦୩ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଖରିଡା ଶ୍ରୀ କାଳେଶ୍ଵର ଉଚ୍ଚ ବିଦ୍ୟାଳୟ ରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ l ସୋମବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ବିଦ୍ୟାଳୟ ର ଏନସିସି କକ୍ଷ ରେ ନିଆଁ ଲଗାଇଦେଇଥିଲେ l ଅଗ୍ନିକାଣ୍ଡ ଦେଖି ରାତ୍ରୀ ଜଗୁଆଳି ନିଆଁ ଲିଭାଇଥିଲେ ମଧ୍ୟ ବ୍ୟାପକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି l ଏକ ମାସ ମଧ୍ୟରେ ବିଦ୍ୟାଳୟ ରେ ବାରମ୍ବାର ଚୋରୀ ଲୁଟ ପାଟ ଲାଗିରହିଛି l ପୂର୍ବରୁ ୦୫ ଟି ଶ୍ରେଣୀ ଗୃହ ଗୁଡିକ ରେ ଭଙ୍ଗାରୁଜା ସହ ଲୁଟପାଟ କରି ବ୍ଲାକ ବୋର୍ଡ ରେ ଆମେ ଲୋକାଳ ଗ୍ୟାଙ୍ଗ ଲେଖିଥିବା ଦେଖିବାକୁ ମିଳିଥିଲା l ଯାହାକି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି l

ପୁଣି ଗତ ପଚିଶି ତାରିଖ ଠାରୁ ଲଗାତାର ଚୋର ମାନେ ବିଦ୍ୟାଳୟ ରେ ଲୁଟପାଟ କରୁଥିବା ଦେଖିବାକୁ ମିଳିଛି l ଗୋଟିଏ ଦିନ ପୂର୍ବରୁ ବିଦ୍ୟାଳୟର କାର୍ଯ୍ୟାଳୟ ରେ ପସି ୦୫ଟି କମ୍ପ୍ୟୁଟର ଚୋରୀ କରିଥିବା ଓ ଗତରାତିରେ ନିଆଁ ଲଗାଦେଇଥିବା ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କହିଥିବା ବେଳେ ଲଗାତାର ଚୋରୀ ଘଟଣା କୁ ନେଇ ଶିକ୍ଷକ ଓ ଛାତ୍ର ଛାତ୍ରୀ ଭୟଭୀତ ରହିଛନ୍ତି l ଏନେଇ ପୁଲିସ ର ପ୍ରତିକ୍ରିୟାକିଛି ମିଳି ପାରିନାହିଁ l
