ମଝି ରାସ୍ତାରେ ଜଳିଗଲା କାର

ରଘୁନାଥପୁର-୧୦/୫-ତାରପୁର ବାଇପାସ୍ ନିକଟରେ ମଝି ରାସ୍ତରେ କାରଟି ସମ୍ପୂର୍ଣ୍ଣ ଜଳିଜାଇଛି ।ରଘୁନାଥପୁର ବ୍ଲକ କଟକ ପାରାଦ୍ବୀପ ରାସ୍ତା ତାରପୁର ବାଇପାସ୍ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରାଯାଇପାରେ ନାହିଁ।

ଏଥିରୁ ଜଣାପଡିଛି ତାରପୁର ନିକଟରେ ଗୋକୁଳପୁର ଗ୍ରାମର ଏକ ପରିବାର ଅସ୍ତି ବିସର୍ଜନ କରିବାକୁ ଯାଉଥିଲା ବେଳେ ଏହି କାରଟି ହଠାତ୍ ଜଳି ଥିବା ଡ୍ରାଇଭର ଦେଖିପାରିଥିଲେ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ପରିବାରଟିକୁ ରକ୍ଷା କରିପାରିଥିଲେ। ତାପରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।ଏହି କାରଟି କେଉଁ କାରଣରୁ ନିଆଁ ଲାଗିଯାଇଥିଲା ତାହା ଜଣାପଡୁନାହିଁ,ଏଥିରୁ ଅନୁମାନ କରାଯାଉଛି ଯେ ରାସ୍ତାରେ ମୁଗ ଶୁଖା ଯାଇଥିବାରୁ ମୁଗ ଗଚ୍ଛ ଲାଗି କାରଟି ଜାଳି ଯିବାର ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରିନାହିଁ ଯଦ୍ଵାରା କାରଟି ସମ୍ପୂର୍ଣ୍ଣ ଭାବରେ ଜାଳି ପୋଡ଼ି ପାଉଁଶ ହୋଇଯାଇଛି।

Leave a Reply

Your email address will not be published. Required fields are marked *