ଗ୍ରୀଷ୍ମଋତୁ ନ ହେଉଣୁ ଜଲିଲାଣି ଜଙ୍ଗଲ

ଗ୍ରୀଷ୍ମଋତୁ ନ ହେଉଣୁ ଜଲିଲାଣି ଜଙ୍ଗଲ, ନିଆଁ ଲିଭାଇବା ପାଇଁ ବନବିଭାଗର ଆପ୍ରାଣ ଉଦ୍ୟମ

ଦଶପଲ୍ଲା : ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ।ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ।ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଛି।ଏହାରି ମଧ୍ୟରେ ଦିନରାତି ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରିରଖିଛନ୍ତି ସ୍ଥାନୀୟ ବନବିଭାଗ କର୍ମଚାରୀ।ଏହା ସହିତ ଗାଁ କୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ସ୍ଥାନୀୟ ବନପାଳ ରାକେଶ କୁମାର ସାହୁ।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ମୁତାବକ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଆମର ବହୁତ କ୍ଷତି ହେଉଛି।ଖାଲି ବନବିଭାଗ ନୁହେଁ ବରଂ ଆମେ ସମସ୍ତେ ଏଥିପ୍ରତି ସଜାଗ ରହିବା ସହିତ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇପାରିବ ସେ ଦିଗରେ ଆମେ ସମସ୍ତଙ୍କୁ ଅବଗତ କରାଇ ପାରିଲେ ଭଲ ହେବ।କାରଣ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଏହା ପରିବେଶକୁ ନଷ୍ଟ କରିବା ଦିଗରେ କାର୍ଯ୍ୟ କରିବା ସହିତ ବନ୍ୟପ୍ରାଣୀଙ୍କୁ ମୃତ୍ୟୁ ମୁଖକୁ ନେଇଯାଇଥାଏ,ଜଳବାୟୁରେ ପରିବର୍ତନ ଭଳି ଅନେକ କ୍ଷତି ପହଞ୍ଚାଇଥାଏ।ତେବେ ସ୍ଥାନୀୟ ଫରେଷ୍ଟର ଶ୍ରୀ ସାହୁ ଯେଉଁଭଳି ଭାବେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ସହ ନିଆଁ ଲାଗିଲେ ତାକୁ ଆୟତ୍ତ କରିବା ଦିଗରେ ତତକ୍ଷଣାତ ନିଜର ଉଦ୍ୟମ ଜାରି ରଖିଛନ୍ତି ସେଥିନିମନ୍ତେ ସେ ବହୁ ପ୍ରଶଂସାର ପାତ୍ର ବୋଲି ସାଧାରଣ ଲୋକେ କହିଛନ୍ତି।

Leave a Reply

Your email address will not be published. Required fields are marked *