କୁଣ୍ଢେଇହାଟରେ ଚୋରା ମଦ କାରବାର

କୁଣ୍ଢେଇହାଟରେ ଚୋରା ମଦ କାରବାର

କାକଟପୁର,୨୦.୧୧- କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇହାଟ ଵଜାରରେ ଚୋରା ମଦ କାରବାର ବ୍ୟାପକ ଭାବେ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କାରଣରୁ ସ୍ଥାନୀୟ ଲୋକମାନେ ନିନ୍ଦା ପ୍ରକାଶ କରିଛନ୍ତି। ସକାଳୁ ରାତି ୧୧ ଟା ଯାଏଁ ଖୁଲମଖୋଲା ବେଆଇନ୍ ଭାବେ ଚୋରା ମଦ ବିକ୍ରି କରୁଛନ୍ତି ମଦ ମାଫିଆ ମାନେ। କେଭିନ ରେ ପାନ ଦୋକାନ କହି ଦେଶୀ ଆସ୍କା ଫଟି ଓ ବିଦେଶୀ ମଦ ରଖି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଯାହା ଫଳରେ କୁଣ୍ଢେଇ ହାଟ କୁ ଆସୁଥିବା କ୍ଷୁଦ୍ର ବ୍ୟବସାୟୀ, ଗ୍ରାହକ ଓ ସ୍ଥାନୀୟ ଲୋକେ ସହଜରେ ମଦ ପାଉଥିବାରୁ ମଦପାନ କରୁଛନ୍ତି। ପରବର୍ତ୍ତୀ ସମୟରେ ଗଣ୍ଡଗୋଳ ଉପୁଜିବା ସହିତ ପାରିବାରିକ କଳହ ଓ ସ୍ଵାସ୍ଥ୍ୟ ହାନୀ ହେଉଥିବା ଦେଖିବାକୁ ମିଳୁଛି। ନିଜ ନାମ ଗୋପନ ରଖି କେତେକ ମହିଳା ମଧ୍ଯ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ହାତ ପହନ୍ତାରେ ମଦ ମିଳି ଯାଉଥିବାରୁ ତାଙ୍କ ପରିବାର ଲୋକେ ମାଦପାନ କରୁଛନ୍ତି ଯାହା ଫଳରେ ଅର୍ଥ ହାନି ହେବା ସହ ପାରିବାରିକ ହିଂସା, ଶାରୀରିକ ଓ ମାନସିକ ନିର୍ଯାତନା ବଢ଼ି ଚାଲିଛି। ଏନେଇ କାକଟପୁର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ସବୁ ଜାଣିଥିଲେ ମଧ୍ଯ ଟଙ୍କା ନେଇ ଚୁପ୍ ରହୁଛନ୍ତି ବୋଲି କେତେକ ଲୋକ ନାମ ଗୋପନ ରଖି ଜଣାଇଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *