ମିଥ୍ୟା ଖବର ପ୍ରସାରଣ ପରେ ସତ ଜବାବ ରଖିଲା ବୁଦ୍ଧ ମସୋତ୍ସବ ସମିତି

ମିଥ୍ୟା ଖବର ପ୍ରସାରଣ ପରେ ସତ ଜବାବ ରଖିଲା ବୁଦ୍ଧ ମସୋତ୍ସବ ସମିତି

ବଡ଼ଚଣା : ଦିନ କେଇଟା ପରେ ଆନ୍ତର୍ଜାତିକ ବୁଦ୍ଧ ସମ୍ମିଳନୀ କନକ୍ଲେଭ-୨,ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଉଦୟଗିରି ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟ ସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। ଦେଶବିଦେଶରୁ ଦୁଇ ହଜାରରୁ ଉର୍ଦ୍ଧ ବୌଦ୍ଧ ଭିକ୍ଷୁ ଚଳିତ ବର୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦେଶବିଦେଶରୁ ଆସିବାକୁ ଥିବା ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କର ସୁରକ୍ଷା ଓ ସମ୍ମାନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ଚଣା ସ୍ଥିତ ମଝିପଡା ପଞ୍ଚାୟତର ବରୁଣେଇ ପଡିଆକୁ ସ୍ଥିରୀକୃତ କରାଯାଇଛି। ଉକ୍ତ ପଡ଼ିଆକୁ ପ୍ରଶାସନ ତରଫରୁ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଏଥିରେ ବୌଦ୍ଧ ମହୋତ୍ସବ ସମିତିର କାର୍ଯ୍ୟକର୍ତ୍ତା ମାନେ ସାହାଯ୍ୟ ସହଯୋଗ କରିବାର ଦେଖିବାକୁ ମିଳିଛି। କିଛି କୁଚକ୍ରି ଗୋଷ୍ଠୀ ସାମାଜିକ ଗଣମାଧ୍ୟମକୁ ଢାଲ କରି ରାଜନୈତିକ ଆକ୍ରୋଶ ରଖି ବୁଦ୍ଧ ମହୋତ୍ସବ କୁ ପଣ୍ଡ କରିବା ଓ ପ୍ରଶାସନ ସରକାରଙ୍କୁ ବଦନାମ କରିବା ପାଇଁ ଆଦିବାସୀ ମାନଙ୍କ ଘର ଭାଙ୍ଗିବା ମିଥ୍ୟା ଘଟଣା ସାମ୍ନାକୁ ଆଣିଥିଲେ,ଏହାକୁ ନେଇ ବୁଦ୍ଧ ମହୋତ୍ସବ ସମିତି,ଗ୍ରାମବାସୀ ଓ ସରପଞ୍ଚ ସତ୍ୟ ସାମ୍ନାକୁ ଆଣିଛନ୍ତି ବାସ୍ତବରେ ମଝିପଡ଼ା ପଞ୍ଚାୟତ ରେ କୌଣସି ଗୋଟିଏ ଆଦିବାସୀ ପରିବାର ନାହାଁନ୍ତି କି କୌଣସି ଆଦିବାସୀ ଜନଜାତି ପରିବାର କୁ ପ୍ରଶାସନ ଉଚ୍ଛେଦ କରି ନାହିଁ।

Leave a Reply

Your email address will not be published. Required fields are marked *