ଗ୍ରାମାଞ୍ଚଳ ଥାନାରେ ନକଲି ପୁଲିସ
ଭଦ୍ରକ, : ନିଜକୁ ପୁଲିସ କହି ତଦନ୍ତ ଆରମ୍ଭ କରିଥିଲା, ଗାଁ ଲାକେ ଘେରି ଗଲେ। ତୁମେ କିଏ ବୋଲି ପ୍ରଶ୍ନ କଲେ, ପରିଚୟ ପତ୍ର ମାଗିଲେ । ଥାନାରୁ ଅଧା ପ୍ରମାଣ ନେଇ ଯାଇଥିବା ନକଲି ପୁଲିସ ଶେଷରେ ପିସିଆର ଭ୍ୟାନରେ ଭଦ୍ରକ ଗ୍ରାମଞ୍ଚଳ ଥାନାକୁ ଆସିଛନ୍ତି। ଥାନାର ଅସଲି ପୁଲିସ ସୁପାରିସେ କ୍ରମେ ତଦନ୍ତ କରିବାକୁ ଯାଇ ଜଣେ ଦଲାଲ ବେଶ ହଟହଟା ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦଲାଲ ସକ୍ରିୟ ଭୂମିକା ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ଆଜି ଏହି ଘାଟଣା ଜଣାପଡିବା ପରେ ଥାନା ମାମଲାରେ ଦଲାଲ ଏବେମାମଲତକାର ସାଜିଥିବା କୁହାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଦ୍ଵାରା ଅଟକ ଥିବା ଯୁବକ ହେଉଛନ୍ତି ପିୟୁଷ ରଞ୍ଜନ ତ୍ରିପାଠୀ। ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇ ପଞ୍ଚାୟତ ରସିକାବାଜ ଗ୍ରାମରେ ଆଜି ଏହି ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଏହି ନକଲି ପୁଲିସ ବାବଦରେ ବି ଅଭିଯୋଗ ହୋଇଛି।ଏକ ଅଭିଯୋଗ ମାମଲାର କିମ୍ବା ମଧ୍ୟସ୍ଥି କରିବାକୁ ଅସଲ ପୁଲିସ ଅଭିଯୋଗକାରୀଙ୍କୁ ପିୟୁଷ ସମ୍ପର୍କରେ କହିଥିଲେ । ତାଙ୍କୁ ଥାନା ପୁଲିସ ବାଇକ ବି ଦିଆ ଯାଇଥିଲା। ଉକ୍ତ ଗ୍ରାମର ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେଅଭିଯୋଗ କରିଥିଲେ। ବାରମ୍ବାର ଥାନାକୁ ଦୌଡିବା ପରେ ପୁଲିସ ମାମଲା ରୁଜୁ କରିବା ସହିତ କେସ ଦାୟିତ୍ଵରେ ଥିବା ଥାନା ଏସଆଇ ଗତକାଲି ପୀଡିତାଙ୍କୁ ଆଜି ଘଟଣାର ତଦନ୍ତ କରିବାକୁ ଗ୍ରାମକୁ ଯିବେ ବୋଲି କହିଥିଲେ। ମାତ୍ର ପରେ ଅନ୍ୟ ଜଣଙ୍କୁ ପୁଲିସ ପରିଚୟ ଦେଇ ପଠାଇବା ସହିତ ସେ ତଦନ୍ତ କରିବାକୁ ଯିବେ ବୋଲି କହିଥିଲେ। ଆଜି ମଧ୍ୟ ସମ୍ପୃକ୍ତ ବାବୁ ଜଣକ ଦିନରେ ସରକାରୀ ବାଇକ ଧରି ତଦନ୍ତ ପାଇଁ ପହଞ୍ଚିଥିଲେ । ପୁଲିସ ବୋଲି ମହିଳା ଜଣଙ୍କ ପ୍ରଥମେ ବିଶ୍ଵାସ କରି ତଦନ୍ତରେ ସହଯୋଗ କରିଥିଲେ। ମାତ୍ର ବାବୁ ଜଣଙ୍କ ଫୋନ ପେରେ ୫ ହଜାର ଟଙ୍କା ମାଗିଥିଲେ। ସ୍ଥାନୀୟ ଲୋକେ ସନ୍ଦେହ ବଢିଥିଲା, ଆଇ କାର୍ଡ ମାଗିବାରୁ ପିୟୁଷ ପଛ ଘୁଞ୍ଚା ଦେଇଥିଲେ, ଗ୍ରାମବାସୀ ସମ୍ପୃକ୍ତ ନକଲି ପୁଲିସକୁ ଅଟକ ରଖ୍ ଗ୍ରାମାଞ୍ଚଳ ଥାନାକୁ ଖବର କରିଥିଲେ।ପୁଲିସ ପହଞ୍ଚି ନକଲି ପୁଲିସ ଜଣଙ୍କୁ ଥାନାକୁ ଆଣି ପଚାରାଉଚୁରା କରିବା ସହିତ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମହିଳା ଜଣଙ୍କ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପିୟୁଷଙ୍କୁ ପୁଲିସ ସରକାରୀ ବାଇକ ଦେଇ ତଦନ୍ତ ନିମନ୍ତେ ପଠାଇବା, ପୁଣି ସେ ସିଧା ସଳଖ ଟଙ୍କା ମାଗିବା ଭଦ୍ରକ ପୁଲିସର ସ୍ୱଚ୍ଛତା ନେଇ ସନ୍ଦେହ ବଢିଛି, କେସର ତଦନ୍ତ ଭାରରେ ପୁଲିସଙ୍କ ପିୟୁଷଙ୍କ ସହ କି ପ୍ରକାର ସମ୍ପର୍କ ତାକୁ ନେଇ ସନ୍ଦେହ ବଢିଛି। ଅଭିଯୋଗ କରି ମହିଳାଙ୍କ ଫୋନ ନମ୍ବର ପୀୟୂଷଙ୍କୁ ଦେବା ବି ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।
