ଅନଲାଇନରେ ପ୍ରେମ ପଡିଲା ମହଙ୍ଗା, ମନବୁଝିଲା ପରେ ଭୁଲିଗଲା
ଭଦ୍ରକ,୧୮/୦୭ :- ଚାନ୍ଦବାଲି ବ୍ଲକରେ ଦେଖିବାକୁ ମିଳିଛି ଆଉ ଏକ ପ୍ରେମ ସେକ୍ସ ଧୋକାର କରୁଣ ପରିଣତି. ଚାନ୍ଦବାଲି ଅଞ୍ଚଳ ର ଯୁବକ ଅନଲାଇନ ଜିତୁ ଓରଫ (ଜିତେନ୍ଦ୍ର ମହାଳିକ) ଏକ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
ଯୁବତୀଙ୍କ ଘର ସମ୍ବଲପୁର ଅଞ୍ଚଳ ର ବୋଲି ଜଣାପଡ଼ିଛି ପ୍ରଥମେ ଅନଲାଇନ ରୁ ପ୍ରେମ ଓ ପରେ ଅଫଲାଇନ ରେ ରାଜଧାନୀରେ ରେ ଭେଟ ଓ ତାପରେ ଉଭୟଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନ କିଛିଦିନ ପରେ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀ ଙ୍କୁ ପ୍ରେମରେ ଧୋକା ଦେଇ ଖସି ପଳେଇ ଆସି ମୋବାଇଲ ନମ୍ବର କୁ ବ୍ଲାକ ଲିଷ୍ଟିରେ ପକେଇବା ଓ ମୋବାଇଲ ସୁଇଚ୍ ଅଫ କରିବା ସହ ଯୁବତୀ ଜଣଙ୍କୁ ବ୍ଲାକ ମେଲିଙ୍ଗ୍ କରିବା ଆରମ୍ଭ କରିଦେଇଥିଲେ ବ୍ଲାକ ମେଲିଙ୍ଗ କରି ଟଙ୍କା ଆଦାୟ କରିବାର ଏକ ନୂଆ ଉପାୟ ଆରମ୍ଭ କରିଦେଇଛନ୍ତି ଏହି ପ୍ରେମ ଏବେ ଦାଣ୍ଡ ରେ ପଡି ହାଟରେ ଗଡିଲାଣି ଯୁବତୀ ଜଣକ ନ୍ଯାୟ ଆଶାରେ ପ୍ରଥମେ ସମ୍ବଲପୁର ପୋଲିସ ଷ୍ଟେସନ ଓ ପରେ ଚାନ୍ଦବାଲି ବାଶଂଡା ପୋଲିସ ଷ୍ଟେସନ ରେ ଅଭିଯୋଗ କରିବା ପରେ ନ୍ଯାୟ ଆଶାରେ ପୁଅର ଘର ଆଗରେ ଧାରଣାରେ ବସିଛନ୍ତି ମହିଳା ।
ରିପୋର୍ଟ- ପୁନିଲ କୁମାର ସାମନ୍ତ,ଭଦ୍ରକ।
