ପାରିବାରିକ କଳହ କୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟା
ପାରିବାରିକ କଳହ କୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରିଥିଲା ସ୍ବାମୀ। ଗତ ୨୧ ତାରିଖ ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମରେ ରଶ୍ମିତା ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୋଲିସ। ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ହେଉଛି ରୁଆ ଗ୍ରାମର ଭୁଟିଆ ଓରଫ ପ୍ରମୋଦ କୁମାର ବରାଳ। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ପ୍ରମୋଦକୁ ଚନ୍ଦନପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୋଲିସ୍ ର ସୂଚନା ଅନୁଯାୟୀ ବିବାହ ପରଠାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ଝଗଡ଼ା ଲାଗି ରହୁଥିଲା। ସ୍ଵାମୀ ପ୍ରମୋଦ ସବୁବେଳେ ନିଶା ସେବନ କରୁଥିବାରୁ ଏହାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସବୁବେଳେ ଝଗଡ଼ା ଲାଗି ରହିଥିଲା। ଏଥି ପାଇଁ ସ୍ବାମୀ ସ୍ତ୍ରୀ ମଧ୍ଯ ରେ ମନିମାଲିନ୍ୟ ଥିଲା। ତେବେ ଗତ ୨୧ ତାରିଖରେ ସ୍ଵାମୀ ସ୍ତ୍ରୀ ମଧ୍ଯ ରେ ଏହି ବିବାଦ କୁ ନେଇ ଝଗଡ଼ା ଲାଗିଥିଲା । ଏହାକୁ ନେଇ ସ୍ବାମୀ ପ୍ରମୋଦ ଉତେଜିତ ହୋଇଯାଇଥିଲେ।ରଶ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ତାଙ୍କ ସ୍ବାମୀ ପ୍ରମୋଦ ଏକ କଟୁରୀରେ ତାଙ୍କୁ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଘଟଣାସ୍ଥଳରେ ହିଁ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରମୋଦ ଫେରାର ଥିବାବେଳେ ଚନ୍ଦନପୁର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି
