ଜମି ବନ୍ଧା ଦେଇ କୁରୁପତିଙ୍କ ଶବ ଆଣିଲେ ପରିବାର ଲୋକ

ଜମି ବନ୍ଧା ଦେଇ କୁରୁପତିଙ୍କ ଶବ ଆଣିଲେ ପରିବାର ଲୋକ । ମିଳିଲାନି ସରକାରୀ ସାହାଯ୍ୟ ।କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ। ପଞ୍ଚାୟତର ଗେରୁପଡା ଗାଁର କୁରୁପତି ଦିଗାଲ ଏଲିଆସ ବୁଲୁ, ବାହାର ରାଜ୍ୟକୁ ଛମାସ ତଳେ ଦାଦନ ଖଟିବାକୁ ତାମିଲନାଡୁ ରାଜ୍ୟର ତିରିପୂର ଅଞ୍ଚଲକୁଜ୍ ଯାଇଥିଲେ ଓ ଓଡ଼ିଂ ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ । ଦେହ ଖରାପ ହେବାରୁ କଇମ୍ବତୁର୍ ମେଡ଼ିକାଲରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମୃତ ଶରୀରକୁ ଫେରାଇ ଆଣିବାକୁ ପରିବାର ଲୋକ ସମସ୍ତ ପ୍ରଶାସନିକ, ସରକାରୀ କଳକୁ କୁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ତାଙ୍କରି ଗୁହାରି ଶୁଣିନଥିଲେ । ସବୁ କ୍ଷେତ୍ରରେ ନିରାଶ ହେଲା ପରେ ପରିବାର ଲୋକେ ନିଜର ଜମି ବନ୍ଧା କରି ପଇସା ଜଗାଡ କରି ମୃତ ଶରୀରକୁ ଘରକୁ ଫେରାଇ ଆଣିଥିଲେ । ଗ୍ରାମକୁ ମୃତ ଶରୀର ଆସିବା ପରେ ଗ୍ରାମରେ ଶକାକୁଲ ବାତାବରଣ ସୃଷ୍ଟି ହୋଇଥିଲା। ଗ୍ରାମର ଶ୍ମଶାନରେ ମୃତ ଶରୀରର ଦାହ କରାଯାଇଅଛି । ଜିଲ୍ଲାରେ କାମ ଧନ୍ଦା ଅଭାବରୁ ଫିରିଙ୍ଗିଆ ବ୍ଲକର ଦଶ ଜଣରୁ ଅଧିକ ମୃତ୍ୟୁ ବରଣ କଲେଣି । ଏହି ସବୁ ବିଷୟରେ ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ କୌଣସି କଥା ଶୁଣୁନାହାନ୍ତି କି କୌଣସି କାମ କରୁନାହାନ୍ତି । ଯାହା ଫଳରେ ବ୍ଲକରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଅଛି ।

Leave a Reply

Your email address will not be published. Required fields are marked *