ସାପ କାମୁଡା ରେ ମୃତ ଯୁବକ ଙ୍କ ମରଶରୀର କୁ ଖଟିଆ ରେ ବୋହିଲେ ପରିବାର ଲୋକ
ସାପ କାମୁଡା ରେ ମୃତ ଯୁବକ ଙ୍କ ମରଶରୀର କୁ ଖଟିଆ ରେ ବୋହିଲେ ପରିବାର ଲୋକ ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚିପାରିଲାନି ଶବବାହକ ଗାଡି ଢେଙ୍କାନାଳ- ମୃତଦେହ ଧରି ଗାଁ କୁ ଫେରୁଥିଲେ ପରିବାର ଲୋକ l କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁ କୁ ଯାଇ ପାରିଲାନି ଶବବାହକ ଗାଡି l ଅନ୍ୟ ଉପାୟ ନପାଇ ମୃତ ଶରୀର କୁ ଖଟିଆ ରେ ପ୍ରାୟ ଦୁଇ କିଲୋମିଟର ବୋହି ଗାଁ ରେ ପହଁଚିଲେ ପରିବାର ଲୋକ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାବିରୋଡ଼ ଥାନା ପାକଟମୁଣ୍ଡା ଗ୍ରାମ ରେ l ଗ୍ରାମର ସିଧମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା l ଘଞ୍ଚ ଜଙ୍ଗଲ ମଧ୍ୟରେ ଗ୍ରାମ ଟି ଥିବାରୁ ମୋବାଇଲ ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ ପରିବାର ଲୋକ l

ଫଳରେ ବହୁ ବିଳମ୍ବରେ ପରିବାର ଲୋକ ସିଧମୁଣ୍ଡା ଙ୍କୁ ନେଇ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚିଥିଲେ l ମାତ୍ର ସେଠାରେ ଡାକ୍ତର ସିଧମୁଣ୍ଡା ଙ୍କୁ ମୃତ ଘୋଷଣା କରିଥିଲେ l ତେବେ ମୃତଘୋଷଣା ପରେ ମୃତ ଶରୀର କୁ ବ୍ୟବଛେଦ କରାଇ ପରିବାର ଲୋକ ଏକ ଶବବାହକ ଗାଡ଼ିରେ ନିଜ ଗାଁ କୁ ଆଣୁଥିବା ବେଳେ ଗାଁ ଠାରୁ ଦୁଇ କିଲୋମିଟର ଦୂର ରେ ଶବବାହକ ଗାଡ଼ି ଅଟକି ରହିଥିଲା l ଗାଁ ରେ ପହଂଚିବାକୁ ରାସ୍ତା ଖରାପ ଥିବାରୁ ଗାଡି ଟି ଗାଁ କୁ ଆସିପାରିନଥିବା ବେଳେ ବାଧ୍ୟ ହୋଇ ପରିବାର ଲୋକେ ସିଧ ଙ୍କ ମରଶରୀର କୁ ଏକ ଖଟିଆ ରେ ବୋହି ଗାଁ କୁ ନେଇଥିଲେ l ଯାହାକି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି l
