ପ୍ରସିଦ୍ଧ କୋଣାର୍କ ଉତ୍ସଵ
ପ୍ରସିଦ୍ଧ କୋଣାର୍କ ଉତ୍ସଵ # ଚନ୍ଦ୍ରଭାଗାରେ ବାଲୁକା କଳା ଉତ୍ସବ # ମିଶନଶକ୍ତି ପକ୍ଷରୁ ସୁଭଦ୍ରା ଶକ୍ତି ମେଳା # ହେଲିପ୍ୟାଡ ରେ ମୀନା ବଜାର କୋଣାର୍କ,୩୦.୧୧- ଆଜିଠାରୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ କୋଣାର୍କ ଉତ୍ସଵ ଦୀର୍ଘ ୫ଦିନ ଧରି ଚାଲିବ। ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହାକୁମ୍ଭ କାର୍ଯ୍ୟକ୍ରମ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଦେଶର ପ୍ରତିଷ୍ଠିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମାନଙ୍କୁ ନେଇ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ହେବ ୩୬ତମ କୋଣାର୍କ ଉତ୍ସଵ। କୋଣାର୍କ ସୂର୍ଯ୍ୟ ମନ୍ଦିର ପାଦ ଦେଶର ପ୍ରତିଛବି ରୂପରେ ପ୍ରତିଦିନ ଓଡ଼ିଶୀ ନୃତ୍ୟ ସହ ଭାରତ ନାଟ୍ୟମ, କୁଚୂପୁଡ଼ି , କଥକ, କଥକଲି, ମଣିପୁରୀ ନୃତ୍ୟ ଆଦି ପରିବେଷଣ କରାଯିବ। ଏନେଇ ସେଭେନ୍ଥ ଏଭିନ୍ୟୁ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିବେଶ, କୋଣାର୍କ ସହର ଓ ଯାତ୍ରୀ ନିବାସ ସମ୍ପୂର୍ଣ୍ଣ ନୂତନ ରଙ୍ଗ ଓ ଆକର୍ଷଣୀୟ ଆଲୋକ ସହ ସଜେଇ ହୋଇଛି। ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।ଏହି କୋଣାର୍କ ଉତ୍ସଵ ପରିପ୍ରେକ୍ଷୀରେ ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅୟୋଜନ କରାଯାଉଛି। ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୫ଟି ଦେଶର ଶତାଧିକ ଦେଶୀୟ ଓ ବିଦେଶୀ ବାଲୁକା ଶିଳ୍ପୀ ଯୋଗ ଦେଇ ୩୫ ଟି ଷ୍ଟଲ୍ ରେ କଳା ନୈପୁଣ୍ୟ ପ୍ରଦର୍ଶନୀ କରିବେ। କାର୍ନିଭାଲ ଇଭେଣ୍ଟ ସଂସ୍ଥା ପକ୍ଷରୁ ଆକର୍ଷଣୀୟ ସଜ୍ଜିତ କରାଯାଇଅଛି। ଭିତରେ ଫୁଡ୍ କୋର୍ଟ ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ ତଥା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଅମିୟ ରଞ୍ଜନ ସେଠୀ, ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର , ପ୍ରଶାନ୍ତ କୁମାର

ଜେନା, ରାକେଶ ଧର ପ୍ରମୁଖ କାର୍ଯ୍ୟ ତଦାରଖ କରୁଛନ୍ତି। ଏହି ଅବସରରେ ଚନ୍ଦ୍ରଭାଗା ମାଘ ମେଳା ପଡିଆରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ। ୧୫୦ ଷ୍ଟଲ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ମାନେ ଆସି ବ୍ୟବସାୟ କରିବେ। ଏଥି ସହିତ ଦୈନିକ ସଂସ୍କୃତିକ କାର୍ଯକ୍ରମ ଅୟୋଜନ କରାଯିବ। ଯାହାକୁ ଶୁଭ ଆରଂଭ ଏଯେନ୍ସୀ କରୁଥିବା ବେଳେ ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ନିର୍ଦ୍ଦେଶିକା ସଂଯୁକ୍ତା ପରିଡ଼ା ଓ ଗୋପ ବ୍ଲକ ବିଡ଼ିଓ ଛବି ରାଣୀ ସାହୁ ଦେଖାଶୁଣା କରୁଛନ୍ତି। ତା ସହିତ କୋଣାର୍କ ଏନଏସି ପକ୍ଷରୁ ହେଲିପ୍ୟାଡ ରେ ମୀନା ବଜାର, ଓ ଅପେରା ପାର୍ଟି ସହ ବିଭିନ୍ନ ଷ୍ଟଲ୍ ବ୍ୟବସ୍ତା କରାଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସହର ସଫେଇ କାର୍ଯ୍ୟ , ବିଦ୍ୟୁତ୍ ଯୋଗାଣ, ରାସ୍ତା ନିର୍ମାଣ ଓ ସୁଚନା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କୋଣାର୍କ ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ ରାଉତରାୟ, କନିଷ୍ଠ ଯନ୍ତ୍ରୀ ଅର୍ଜ୍ଜୁନ ସାମଲ, ସ୍ୱଚ୍ଛ ଭାରତ ସଂଯୋଜକ ଅଭିଷେକ ସ୍ବାଇଁ, ଭାଗିରଥି ବରାଳ, ଧର୍ମାନନ୍ଦ ପରିଡା, ପଞ୍ଚୁ ଲେଙ୍କା ପ୍ରମୁଖ ତତ୍ପରତା ସହ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି।। ପୂରୀ ଜିଲ୍ଲା ଏସପି ପ୍ରତୀକ ସିଂ ଙ୍କ ନେତୃତ୍ୱରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ସହ ସମସ୍ତ ଜାଗାରେ ସିସିଟିଭି ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି। ଯାହାକୁ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଓ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ତଦାରଖ କରୁଛନ୍ତି।
