ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ପୁରୀ (୨୮/୨/୨୫) ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣାଙ୍କ ଆଜି ସରକାରୀ କାର୍ଯ୍ୟକାଳ ଶେଷ ହୋଇଛି।ଏହି ଅବସରରେ ପୁରୀ ଜିଲ୍ଲା ଅମଲା କ୍ଲବ୍ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଡି ପି ଏମ ଇଉ ପରାମର୍ଶ ଦାତା ସିଦ୍ଧାର୍ଥ ରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ,ଜିଲ୍ଲା ସମାଜ କଲ୍ୟାଣ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ,ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା ଜଣେ କର୍ମଠ ଓ ଉତ୍ତମ ସରକାରୀ ଅଧିକାରୀ ଥିଲେ ବୋଲି କହିଥିଲେ। ଦୀର୍ଘ ୩ ବର୍ଷ ଧରି ପୁରୀ ଭଳି କର୍ମ ପ୍ରବଣ ସ୍ଥାନରେ ଦକ୍ଷତାର ସହିତ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ,ବରିଷ୍ଠ ନାଗରିକ ସଂଘ୍ ,ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯୋଗ ଦେଇ ଥିଲେ।ସଭା କାର୍ଯ୍ୟ ଶେଷରେ ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ କର୍ମଚାରୀ

ମାନଙ୍କ ତରଫରୁ ଶ୍ରୀ ମହାରଣାଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା।ପୂର୍ଣ୍ଣ ଚନ୍ଦ୍ର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ସୁଭାଷ୍ମିତା ମୋହିନୀ ଜେନା,ଦୀପକ କୁମାର ପଲେଇ ଶ୍ରୀଧର ବେହେରା,ଶିଶିର କୁମାର ସାହୁ, ସ୍ମୃତି ମୟୀ ସାହୁ,ବର୍ଷା ମିଶ୍ର,ପ୍ରଭୁ ପଣ୍ଡା , ନିରୁପମା ଆଚାର୍ଯ୍ୟ ,ଶୋଭା ବାଙ୍ଗରି ପ୍ରଭୃତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *