ବିଦାୟକାଳୀନ ସମ୍ବର୍ଦ୍ଧନା

ସଂଜିତ୍ କୁମାର ଦେଓ ସହକାରୀ ଶ୍ରମ ଅଧିକାରୀ ଓ ସୁନନ୍ଦା ବିଶ୍ଵାଳ ସହକାରୀ ଶ୍ରମ ଅଧିକାରୀଣୀଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ସହକାରୀ ଶ୍ରମ ଅଧିକାରୀ ସଂଜିତ୍ କୁମାର ଦେଓ ଓ ସୁନନ୍ଦା ବିଶ୍ଵାଳଙ୍କୁ କାର୍ଯ୍ୟାଳୟର କର୍ମଚାରୀଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି l ଶ୍ରୀ ଦେଓ ୨୦୧୭ ଠାରୁ ଏହି କାର୍ଯ୍ୟାଳୟରେ ସହକାରୀ ଶ୍ରମ ଅଧିକାରୀ ଭାବେ ଯୋଗ ଦେଇ ସହର ତଥା ଗ୍ରାମର ଶ୍ରମିକ ମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ ସହିତ ଶିଶୁ ଶ୍ରମିକଙ୍କ ଉପରେ ଗୁରୁତ୍ୱ ଦେଇଥିଲେ ପୁଣି ଶ୍ରମିକ ଯୋଜନା ଓ ଶ୍ରମିକ ସୁରକ୍ଷାର ସୁପରିଚାଳନା ରେ ସୁଧାର ମଧ୍ୟ ଆଣିଥିଲେ l ଜିଲ୍ଲା ର ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସୂଚାରୁ ରୂପେ ଅନୁଷ୍ଠିତ କରି ଶ୍ରମିକ ମାନଙ୍କ ହକ ପାଇଁ ବିପ୍ଲବ ଆଣିଥିଲେ l ବର୍ତ୍ତମାନ ତାଙ୍କୁ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ରହିଛିl । ସେହିପରି ସୁନନ୍ଦା ବିଶ୍ଵାଳ ସହକାରୀ ଶ୍ରମ ଅଧିକାରୀ ଭାବରେ ୨୦୨୩ ମସିହା ଠାରୁ ଅଦ୍ୟାବଧି ରହି ଆସିଥିଲେ, ତାଙ୍କୁ ଜିଲ୍ଲା ମୁଖ୍ୟ ଶ୍ରମ ଅଧିକାରୀଣୀ ରୂପେ ଭୁବନେଶ୍ୱରକୁ ବଦଳି କରାଯାଇଛି l ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ l ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଏହି କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ବହନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟରତ ଅଧିକାରୀ ଦୋୟଙ୍କୁ ସମ୍ବର୍ଦ୍ଧିତ କରି ବିଦାୟ ଦେଈ ଥିଲେ ।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *