ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |

ଅହଂକାର ଓ ସଂସ୍କାର ମଧ୍ୟରେ ପାର୍ଥକ୍ୟ କହିଲେ ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ଭବନ ଠାରେ ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ଏହି ସଭାରେ ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଦ୍ରକ ପୌରାଧିକାରୀ ତାପସ ସାମଲ, ବରିଷ୍ଠ ସାମ୍ବାଦିକ ଦୁର୍ଗାଷଙ୍କର ବିଶ୍ୱାଳ ଏବଂ ସର୍ବୋପରି ବରେଣ୍ୟ ଅତିଥି ତଥା ଯାହାଙ୍କ ପାଇଁ ସଭା ଆୟୋଜିତ କରାଯାଇଥିଲା ସମସ୍ତ ସାମ୍ବାଦିକଙ୍କ ପ୍ରିୟ ରମେଶ ଚନ୍ଦ୍ର ନାୟକ ମହାଦାୟ ମଂଚାସୀନ ହୋଇ ସଭାର ଶୋଭା ବଢ଼ାଇଥିଲେ |ପ୍ରଥମେ ମୁଖ୍ୟ ଅତିଥି ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା |ସଭାରେ ଉପସ୍ଥିତ ବରିଷ୍ଠ ଓ ଯୁବ ସାମ୍ବାଦିଙ୍କ ଉପସ୍ଥିତି ସଭା କୁ ଆହୁରି ଶୋଭନୀୟ କରିଥିଲା |ମଞ୍ଚ ସଂଚାଳକ ତଥା ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ବିଦାୟୀ ଅଧିକାରୀ ତଥା ଅବସର ନେଉଥିବା ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ରମେଶ ନାୟକଙ୍କ ବିଷୟରେ ଆଲୋକପାତ କରିବା ପାଇଁ ପ୍ରଥମେ ଯୁବ ସାମ୍ବାଦିକ ମାନଙ୍କୁ ସୁଯୋଗ ଦିଆଯାଇଥିଲା ଏବଂ ଅତି ସଂକ୍ଷିପ୍ତ ରେ ଶାଣିତ ଭାବରେ ନିଜର ବହୁ ମୂଲ୍ୟ ମନ୍ତବ୍ୟ ରଖିଥିଲେ |ପରେ ପରେ ମଂଚାସୀନ ଅତିଥି ମାନେ ରମେଶ ନାୟକଙ୍କ ବାବଦରେ ନିଜର ମତ ରଖିଥିଲେ ଏବଂ ଭୁୟସୀ ପ୍ରଶଂସା କରଥିଲେ ଶ୍ରୀ ନାୟକ ଙ୍କୁ ଏବଂ ସମସ୍ତ ଙ୍କ ମୁହଁରେ ର ଗୋଟିଏ କଥା ଥିଲା ସାର ଜଣେ ଭଲ, ଦରଦୀ ଓ ହୃଦୟବାନ ମଣିଷ ଥିଲେ, କାହାକୁ କଟୁ କଥା କହୁନଥିଲେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଥିଲା ରମେଶ ସାର କର୍ମ କୁ ଭଗବାନ ବୋଲି ଭାବୁଥିଲେ ଯାହା ପାଇଁ ନିଜର ଶାରୀରିକ ଅସୁସ୍ଥତା ପରେ ମଧ୍ୟ କେବେ ନିଜ କାମରେ ଅବହେଳା କରୁନଥିଲେ ଯାହାପାଇଁ କେବଳ ସାମ୍ବାଦିକ ନୁହନ୍ତି ମଞ୍ଚ ରେ ଉପସ୍ଥିତ ମଞ୍ଚସିନ ଅତିଥି ଙ୍କ ସହ ଜିଲ୍ଲାପାଳ ମଧ୍ୟ ଭୁୟସୀ ପ୍ରଶଂସା କରିଛନ୍ତି ଶ୍ରୀ ନାୟକଙ୍କ କାର୍ଯ୍ୟକୁ |

ଚାକିରୀ କାଳ ମଧ୍ୟରେ ଅନେକ ଝଡ ଝଞ୍ଜା ଆସିଛି କିନ୍ତୁ ସବୁକୁ ସହି ଆଗକୁ ବଢିଛନ୍ତି ଶ୍ରୀ ନାୟକ ଏବଂ ନିଜର ଶାରୀରିକ ଅସୁସ୍ଥତା କୁ ପଛରେ ପକାଇ ସଫଳ ଭାବରେ ସମ୍ପାଦନ କରନ୍ତି ନିଜ କାର୍ଯ୍ୟକୁ ବୋଲି ଜିଲ୍ଲାପାଳ କହିଥିବା ବେଳେ ଏକ ଉଦାହରଣ ସ୍ୱରୂପ ଅହଂକାର ଓ ସଂସ୍କାର ମଧ୍ୟରେ ପାର୍ଥ୍ୟକ କୁ ଦର୍ଶାଇଥିଲେ କହିଥିଲେ ଅହଂକାର ଅନ୍ୟ ର ମୁଣ୍ଡ ନୁଆଇଁ ଖୁସି ହୁଏ କିନ୍ତୁ ସଂସ୍କାର ଅନ୍ୟ ଆଗରେ ମୁଣ୍ଡ ନୁଆଇଁ ଖୁସି ହୁଏ ତେଣୁ ରମେଶ ବାବୁ ହେଉଛନ୍ତି ସଂସ୍କାର ଯିଏ ଅନ୍ୟ ଆଗରେ ମୁଣ୍ଡ ନୁଆଇଁ ଖୁସି ହୁଅନ୍ତି ଆଉ ଯାହାଙ୍କ ପାଇଁ ସାମ୍ବାଦିକ ଙ୍କ ପକ୍ଷରୁ ଦୁଇଥର ଓ ପ୍ରଶାସନ ତରଫରୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି |ରମେଶ ବାବୁ ଥିଲେ ଜଣେ ମେଳାପୀ ଓ ଜ୍ଞାନୀ ବ୍ୟକ୍ତି ପ୍ରଥମେ ଭଦ୍ରକ ରେ ଲାଇବ୍ରେରୀଆନ ଓ ପରେ ଏସଡିପିଆରଓ ଏବଂ ତିନି ବର୍ଷରୁ ଅଧିକ ସମୟ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରି ଭଦ୍ରକ ସାମ୍ବାଦିକ ତଥା ପ୍ରଶାସନିକ ଅଧିକାରୀ ଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ |ଅନ୍ୟାନ୍ୟା ଅତିଥି ଙ୍କ ମଧ୍ୟରେ ସମ୍ମାନିତ ଅତିଥି ପୌରାଧିକାରୀ ମଧ୍ୟ କହିଛନ୍ତି ରମେଶ ସାର ଜଣେ ଭଲ ଲୋକ ଥିଲେ ଯାହାଙ୍କ ପାଇଁ ଏତେ ଆୟୋଜନ |ସେହିପରି ବିଦାୟୀ ଅଧିକାରୀ ଶ୍ରୀ ନାୟକ କହିଛନ୍ତି ମୁଁ କେବଳ ଭଲ ତାହା ନୁହଁ ମୁଁ ମଧ୍ୟ କିଛି ଲୋକଙ୍କୁ କଷ୍ଟ ଦେଇଛି ଜାଣତରେ ହେଉ ବା ଅଜାଣତରେ ଯାହା ଆଜି ଏହି ସଭାରେ କିଛି ସାମ୍ବାଦିକ ମଧ୍ୟ ନିଜର ମତ ରଖିଛନ୍ତି କିନ୍ତୁ ମୁଁ ମୋ କର୍ତବ୍ୟ କରିଛି ଆଉ ମୋ ଚାକିରୀ ଶେଷ ସମୟରେ ମୋର ଚିର ନମସ୍ୟ ମୋ ଅଧିକାରି ଜିଲାପାଳ ସାର ଙ୍କ କଥା ଆଉ ମୋ ଲେଖାରେ ଗୋଟି ଗୋଟି ଲାଇନ କୁ ପଢ଼ୀ ପ୍ରଶଂସା କରିଥିବା ତଥା ଶିରୋନାମା ପାଇଁ ଶବ୍ଦ ବାହାର କରୁଥିବା ମୋର ଅତିପ୍ରିୟ ଅଧିକାରି ଜିଲ୍ଲାପାଳ ବୋଲି ସଭାରେ ନିଜର ମତ ରଖି ଭୁୟସୀ ପ୍ରଶଂସା କରିଥିଲେ ଶ୍ରୀ ନାୟକ |ଏହି କାର୍ଯ୍ୟକ୍ରମ ସାମ୍ବାଦିକ ଅବିନାଶ ପଣ୍ଡା, ଜ୍ଞାନପ୍ରକାଶ ପାଣି ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ସହଯୋଗ କରି ସଭା କୁ ସଫଳ କରାଇଥିଲେ |

Leave a Reply

Your email address will not be published. Required fields are marked *