ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର-ତା.୦୨.୦୪.୨୦୨୫ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଟେଣ୍ଡାଣ୍ଟ ଶ୍ରୀ ଦୁର୍ଯ୍ୟୋଧନ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ୧୯୯୧ ମସିହାରେ ବିଭାଗରେ ଯୋଗଦେଇ ବିଭିନ୍ନ ଉପବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ବିଭାଗୀୟ ଅଧିକାରୀ ସ୍ବର୍ଣ୍ଣମୟୀ ସାହୁ, କର୍ମଚାରୀ କଲ୍ୟାଣ କମିଟିର ସମ୍ପାଦକ ଶ୍ରୀ ଗିରିଜା ନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ବେହେରାଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଅବସର ଜୀବନ ସୁଖମୟ ହେଉ ବୋଲି କାମନା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ସେ କର୍ମକ୍ଷେତ୍ରରେ ନିଯୁକ୍ତ ହୋଇ ନିଜର କର୍ମକ୍ଷେତ୍ର ପ୍ରତି ଯେଉଁ ସାଧୁତା,ନିଷ୍ଠା ଓ ସମୟାନୁବର୍ତ୍ତିତା ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ସେ ଜଣେ ଦକ୍ଷ, ସଚ୍ଚୋଟ, ମାର୍ଜିତ ବ୍ୟକ୍ତି ଭାବରେ ନିଜର ଦାୟିତ୍ବ ନିର୍ବାହ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *