ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡା (ତୀର୍ଥ କ୍ଷେତ୍ର) କଦମ୍ବପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୮ ବର୍ଷ ଶିକ୍ଷକତା କରି ସେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଛନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁ ଛାତ୍ରଛାତ୍ରୀ ଓଡ଼ିଶା ତଥା ଓଡ଼ିଶା ବାହାରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷୟତ୍ରୀ ଜ୍ୟୋତ୍ସାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯଇଥିଲା। ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ,ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସମେତ ସମସ୍ତ ଶତାଧିକ ଛାତ୍ରଛତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ବେହେରାଙ୍କ ସହିତ ଅତିବାହିତ କରିଥିବା ସ୍ମୃତିର ରୋମନ୍ଥନ କରି ଏକ ଜ୍ଞାନୀ, ଗୁଣୀ, ଛାତ୍ରବତ୍ସଳ, ପରୋପକାରୀ ଶିକ୍ଷକଙ୍କୁ ବିଦାୟ ଦେଇ ଭାବବିହ୍ୱଳ ହୋଇପଡ଼ିଥିଲେ। ପରେ ସମସ୍ତେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ନିଜ ଗ୍ରାମ ନିମାପଡ଼ାକୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ଆସିଥିଲେ। ବାଣ, ରୋଷଣୀ ନାଚଗୀତ ସହିତ ଶୋଭାଯାତ୍ରାରେ ବରିଷ୍ଠ ଶିକ୍ଷକ ଜଗଦିଶ ଓଝା, ପ୍ରଜ୍ଞା ପରମିତା ସାହୁ, ମଲ୍ଲିକ ଅକ୍ତାର ହୁସେନ,ଜ୍ୟୋତ୍ସ୍ନାଞ୍ଜଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
।
