ଶିକ୍ଷକ ବିମଳ କୁମାର ବେହେରା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l
ଆଠମଲ୍ଲିକ 5/09/2025= ସ୍ଥାନୀୟ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ଶିକ୍ଷକତା କରିଥିବା ବିମଳ କୁମାର ବେହେରା ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ କୁ ବଦଳି ହୋଇ ଯାଇ ଥିବାରୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ପ୍ରଧାନ, ଶିକ୍ଷୟତ୍ରୀ ବିନୋଦିନୀ ପ୍ରଧାନ, ଶିକ୍ଷୟତ୍ରୀ ଜ୍ୟୋସ୍ନା ରାଣୀ ତରିଆ, ଶିକ୍ଷକ ରଜତ କୁମାର ସାହୁ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଙ୍କ ର ଶିକ୍ଷକତା ସମୟ ରେ ଶୃଙ୍ଖଳିତ ଜୀବନ ଯାପନ କରି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଦାନ ଦେଇଥିବାରୁ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବୋଲି ବକ୍ତବ୍ୟ ରଖିଥିଲେ l l ବିଦାୟୀ ଶିକ୍ଷକ ଙ୍କୁ ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଶେଷରେ ଶିକ୍ଷକ ଆଦିତ୍ୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ର ଉପସଭାପତି ସନ୍ଧ୍ୟା ରାଣୀ ସାହୁ, ପରିଚାଳନା କମିଟି ସଭ୍ୟା କୁମୁଦିନୀ ସାହୁ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l
