ବଜ୍ରାଘାତରେ ଚାଷୀ ମୃତ୍ୟୁ
ବଜ୍ରାଘାତ ରେ ଚାଲିଗଲା ପୁଅର ଜୀବନ,ବାପା ଗୁରୁତ୍ଵର,ବିଲରେ ମୁଗ ଓପାଡୁଥିବା ଥିବା ବେଳେ ଘଟିଲା ଅଘଟଣ, ସତ୍ୟବାଦୀ ବ୍ଲକ୍ କେତକୀପାଟଣା ପଞ୍ଚାୟତ ପଦ୍ମପୁର ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ଘଟିଛି ଅଘଟଣ,ମୃତକ ହେଲେ ଦିପ୍ତି ରଞ୍ଜନ ବାରିକ(ଜଗା )ଓ ଆହାତ ହେଲେ ପିତା କାଶୀନାଥ ବାରିକ,ଉଭୟ ଙ୍କୁ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସମ୍ପର୍କୀୟ, ତେବେ ସେଠାରେ ପୁଅ ଦିପ୍ତି ରଞ୍ଜନ ଙ୍କ ମୃତ୍ୟୁ ହୋଇଥି ସୂଚନା। ତେବେ ଦିପ୍ତି ରଞ୍ଜନ ଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ହୋଇଥିବା ବେଳେ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପାଇଁ ଗ୍ରାମବାସୀ ତରଫରୁ ନିବେଦନ କରିଛନ୍ତି।
