ଧାନମଣ୍ଡି ବ୍ଯବସ୍ଥାରେ ଚାଷୀ ସନ୍ତୁଷ୍ଟ , ଲାଭଠାରୁ ଅଧିକ ଆଶା କରୁଥିବା ମିଲର ଅସନ୍ତୁଷ୍ଟ ।
ହିଞ୍ଜିଳିକାଟୁ ୧୩/୦୨/୨୬ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନକ୍ରୟ ନେଇ ପାଣିପଞ୍ଚାୟତ, ସୋସାଇଟି , ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଟାର୍ଗେଟ ଦିଆଯାଇଥିଲେ ମଧ୍ୟ ଗୋଟିଏ ଧାନମଣ୍ଡିରୁ ଦୂରତା ଅନୁସାରେ ୧ରୁ ଅଧିକ ମିଲରମାନଙ୍କୁ ଧାନକ୍ରୟ ନେଇ ଅନୁମତି ଦିଆଯାଇଛି । ସେହିଭଳି ଉଭୟ ଚାଷୀ ଓ ମିଲରମାନଙ୍କୁ ମଧ୍ୟ ଦୂରତାର ଦୃଷ୍ଟିରେ ରଖି ଧାନମଣ୍ଡିକୁ ଆଣିବା ଏବଂ ଧାନମଣ୍ଡିରୁ ବୋହିବା ଭଳି ତାଲିକା ପ୍ରସ୍ତୁତ ବିଭାଗୀୟ ପକ୍ଷରୁ ହୋଇଥାଏ । ଏଭଳି ବ୍ଯବସ୍ଥାରେ କିଛି ମିଲରମାନେ ନିଜ ନିଜର ସ୍ବାର୍ଥ ହାସଲ ନେଇ ଅଧିକ ଧାନକ୍ରୟ ହାସଲରେ ସ୍ବାର୍ଥ ପାଇଁ ଅନ୍ୟ ଉପାୟରେ ଦୋଷାରୋପ ଲଦି ଦେବା ଯୋଜନା ଚଲାଇବା ସ୍ଥାନୀୟ ଅଞ୍ଚଳରେ ଶୁଣିବାରେ ମିଳୁଛି । ଏପରିକି ଅର୍ଥ କାରବାର ହେଉଥିବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ସଙ୍ଗିନ ଅଭିଯୋଗ କରିଥିବା ନେଇ ଚର୍ଚ୍ଚା ହେଉଛି । ଏଭଳି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅଞ୍ଚଳରେ ଦେଖିବା ପାଇଁ ମିଳିଛି । ଖବରମୁତାବକ ମିଳରମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣର ଧାନକ୍ରୟ ନେଇ ବ୍ୟବସ୍ଥା ରହିଛି । ହେଲେ ଏହି ପରିମାଣର ଧାନକ୍ରୟ ହୋଇଥିଲେ ମଧ୍ୟ କିଛି ମିଲରମାନେ ଆହୁରି ଅଧିକା ପରିମାଣର ଧାନକ୍ରୟ ନେଇ ସ୍ଥାନୀୟ ହିଞ୍ଜିଳିକାଟୁ ଯୋଗାଣ ଅଧିକାରୀଣୀଙ୍କୁ ଚାପ ପ୍ରୟୋଗ କରିଥିଲେ । ଏହାର ଅସଫଳତାରେ ସ୍ଥାନୀୟ ପ୍ରଶାସନିକ ନିକଟରେ ଅର୍ଥ କାରବାର ଅଭିଯୋଗ ହୋଇଥିବା ଜଣାପଡିଛି । ଯାହା ଫଳରେ ଏହାର ସତ୍ଯାସତ୍ଯ ଜାଣିବା ନେଇ ଆମ ଗଣମାଧ୍ୟମ ପ୍ରତିନିଧି କିଛି ସ୍ଥାନୀୟ ମିଲର ଓ ଯୋଗାଣ ବିଭାଗୀୟ କର୍ମଚାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ । ଧାନକ୍ରୟ ନେଇ ଧାର୍ଯ୍ୟଲକ୍ଷ୍ୟ ପୁର୍ଣ ହୋଇଥିଲେ ମଧ୍ୟ ଆଉ ଅଧିକା କ୍ଯୁଣ୍ଟାଲ ଧାନକ୍ରୟ ନେଇ କିଛି ମିଲରମାନେ ଚାପ ପ୍ରୟୋଗ କରିଥିବା ଉତ୍ତର ଆମକୁ ମିଳିଥିଲା । କେଉଁ ଧାନମଣ୍ଡିରୁ କେତେ ଧାନକ୍ରୟ କରିବେ ଓ ଧାନମଣ୍ଡିରୁ ମିଲରମାନେ କିପରି ସୁରୁଖୁରୁରେ ଚାଷୀଙ୍କ ଠାରୁ ଧାନକ୍ରୟ କରିବେ ତାହା ବିଭାଗୀୟ ପକ୍ଷରୁ ହୋଇଥାଏ ।

ତେବେ ସ୍ଥାନୀୟ ଅଞ୍ଚଳରେ ସୁରୁଖୁରୁରେ ଚାଲିଥିବା ବେଳେ କିଛି ମିଲରମାନେ ଅଧିକା ଫାଇଦା ଉଠାଇବା ନେଇ ଦୋଷାରୋପ ଲଦିଦେବା କଥା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅନ୍ଯପଟରୁ ମିଲରମାନେ ଚାଷୀଙ୍କୁ ସହଯୋଗ କରିବା ଏହିଅଞ୍ଚଳରେ ଶୁଣିବାରେ ମିଳେ । ଯଦି ମିଲରମାନଙ୍କ ଧାନକ୍ରୟ ଟାର୍ଗେଟ ପୁର୍ଣ ହୋଇଥିଲେ ମଧ୍ୟ ଅଧିକା ଧାନକ୍ରୟ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ଟାର୍ଗେଟ ପୁରଣ ହୋଇଥିଲେ ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଧାନକ୍ରୟ ନେଇ ଅନୁମୋଦନ କରିଥାନ୍ତି । କିନ୍ତୁ ଉଭୟ ମିଲରମାନଙ୍କ କାର୍ଯଦକ୍ଷତା ଓ ସ୍ଥାନୀୟ ଧାନମଣ୍ଡିର ଟାର୍ଗେଟକୁ ନେଇ ସେତେବେଳେ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ବାରା ଆବେଦନ କରନ୍ତି । ତେବେ ଧାନକ୍ରୟ ନେଇ ଟାର୍ଗେଟ ପୁର୍ଣ୍ଣ ହୋଇସାରିଥିବା ମିଲରମାନେ ପୁନର୍ବାର ଅଧିକା ଧାନକ୍ରୟ କରିବେ ‘ ନା ‘ ଟାର୍ଗେଟରେ ପହଞ୍ଚି ପାରିନଥିବା ମିଲରମାନେ ସରକାରଙ୍କ ଧାନକ୍ରୟରୁ ବାଦପଡିବେ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠୁଥିବା ବେଳେ ହିଞ୍ଜିଳିକାଟୁ ଅଞ୍ଚଳରେ କାର୍ଯ୍ୟ କରୁଥିବା ଯୋଗାଣ ଅଧିକାରୀଣୀ ଜଣେ ସଚ୍ଚୋଟ ଓ ସାଧୁତା ପାଇଁ ବେଶ ଲୋକପ୍ରିୟ ସରକାରୀ କର୍ମଚାରୀ ଭାବେ ପରିଚିତ ବୋଲି ଶୁଣିବାରେ ମିଳେ ।
