ରେଢୁଆସମବାୟ ସମିତିରେ ଚାଷୀ ହଟହଟା।ମଣ୍ଡି ଖୋଲିଥିଲେବି ଉଠିପାରୁନି ଧାନ।
ରଘୁନାଥପୁର ତା ୩୦/୧:-ରଘୁନାଥପୁର ବ୍ଲକ ରେଢୁଆସମବାୟ ସମିତି ରେ ଧାନମଣ୍ଡି ପାଇଁ ଚାଷୀହଟହଟା। ଗତ ଜାନୁଆରୀ ୧୭ ତାରିଖରେ ଏଠାରେ ଧାନମଣ୍ଡି ଖୋଲିଥିଲେବି ଦିର୍ଘ୧୫ଦିନହେବ ଧାନ ଉଠିପାରୁନାହିଁ।ସରକାର,ମିଲର,ସଭାପତି ଓ ସମ୍ପାଦକ ଙ୍କ ସହଯୋଗ ମିଳୁନଥିବାରୁ ଚାଷୀଏବେ ଚିନ୍ତାରେ।ଏହି ସମିତି କୁ ସମ୍ପାଦକ ପ୍ରାୟତଃ ଆସୁନଥିବାବେଳେ ସଭାପତି ଙ୍କ ଅସହଯୋଗ ଏକପ୍ରକାର ଅଞ୍ଚଳରେ ଚାଷୀଙ୍କ ଚିନ୍ତା ବଢାଇଦେଇଛି।ଅନ୍ୟ ପକ୍ଷରେ ସରକାର କଟନିଛଟିନ ବନ୍ଦକରିଥିବାବେଳେ୪କିଲୋ ଧାନ କଟନୀ ପାଇଁ ମିଲର ଜିଦଧରିବା ଓ ସରକାର ଜାନୁଆରୀ ମାସରେ ଅଖାଦେଉଥିବାରୁ ଏହା ସମସ୍ୟା କୁ ଦୁଇଗୁଣିତ କରିପକାଇଛି।ଚାଷୀ ବିପିନ ସ୍ବାଇଁ ଙ୍କ କହିବାକଥା ୨ମାସପୂର୍ବରୁ ସରକାର ଅଖାନଦେଇ ମଣ୍ଡିଖୋଲିବା ପରେ ଅଖାଦେଉଥିବାରୁ ଚାଷୀମାନେ ଟଙ୍କା ଖର୍ଚ୍ଚକରି ଜରିଅଖାରେ ଧାନପୁରାଇ ସିଲେଇ କରିସାରିବାପରେ ଏବେ ସରକାରୀ ଅଖାରେ ଧାନପୁରାଇବାପାଇଁ ଖର୍ଚ୍ଚ କିଏବହନକରିବ।ସେହିପରି ୧୭ ତାରିଖ ରୁ ୨୮ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ଟୋକନ ନୋଟିସବୋର୍ଡରେ ମାରି ସମିତି କେବେଳ ଭେଳିକି ଦେଖାଉଛି ବୋଲି ଅଭିଯୋଗ ଉଠାଇ ଛନ୍ତି।ଏଠାରେ ସଭାପତି ସମିତିକୁ ସୁଚାରୁରୂପେ ପରିଚାଳନା କରିପାରୁ ନଥିବାବେଳେ ସମ୍ପାଦକ ଅନୁଉପସ୍ଥିତ ପାଇଁ ସମିତି ଅଚଳହୋଇପଡିଛି ବୋଲି ଚାଷୀ ଅମରେନ୍ଦ୍ର ମିଶ୍ର,ଅଭିରାମ ସ୍ବାଇଁ, ପ୍ରଶାନ୍ତ ଖୁଣ୍ଟିଆ,ବିରୋକିଶୋର ଦିକ୍ଷିତ ପ୍ରମୁଖ ଅଭିଯୋଗ କରିଛନ୍ତି।ତେବେ ଏହି ସମିତି ଅଧିନରେ ରେଢୁଆ ସାଦେଇପୁର,ତଅଁରା ଗ୍ରାମର ୪୩୨ଜଣ ପଞିକୣତ ଚାଷୀ ଅଭିଯୋଗ କରିଛନ୍ତି ତୁରନ୍ତ ସରକାର ଲୋକାଲ ମିଲରକୁଛାଡି ବାହାରମିଲର ଦ୍ବାରା ରେଢୁଆମଣ୍ଡିରୁ ଧାନଉଠାଇଲେ ଚାଷୀ କଟନୀଛଟନୀରୁ ମୁକ୍ତି ପାଇବା ସହ ଲୋକାଲ ମିଲର ମାନଙ୍କ ମନମାନିରୁ ମଧ୍ୟ ସେମାନେ ରକ୍ଷା ପାଇଯିବେବୋଲି ଦାବୀକରିଛନ୍ତି। ମଣ୍ଡିର ସବୁସମସ୍ୟାକୁ ନେଇ କିଛିଚାଷୀ ଜିଲ୍ଲା ଯୋଗାଣବିଭାଗ ଅଧିକାରୀ ଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି।
