ଧାନ କଟନୀ ଛଟନି ପାଇଁ ଚାଷୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ
ଧାନ କଟନୀ ଛଟନି ପାଇଁ ଚାଷୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ, ତହସିଲଦାର ଙ୍କ ଉପସ୍ଥିତରେ ସମାଧାନ l 20/01- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଚାଷୀ ମାନେ କଟନୀ ଛଟନୀ କୁ ବିରୋଧ କରି ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ଆସି ବୁଝା ସୁଝା କରି ଘଟଣା ର ସମାଧାନ କରିଛନ୍ତି ଏବଂ କଟନୀ ଛଟନି ନ ହେବା ପାଇଁ ପ୍ରତିଶୃତି ଦେବା ପରେ ଚାଷୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି l ଘଟଣା ସ୍ଥଳରେ ଗୋପାଳ ବାରିକ, ମୋହିନୀ ଗୌଡ଼, ରମେଶ ଦଳାଇ, ଅନିଲ କୁମାର ଦାସ, ମହେଶ୍ୱର ଗୌଡ଼, ରାଜ କିଶୋର ପଲେଇ ଏବଂ ଅନ୍ୟାନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ l
