ପାଓ୍ବାରଟିଲରେ ଚାପି ହୋଇ ଚାଷି ଗୁରୁତର
କାମାକ୍ଷାନଗର :୦୭.୧୦.୨୦୨୧ -ପାଓ୍ବାରଟ୍ରିଲରରେ ଚାପି ହୋଇ ଚାଷୀ ଗୁରୁତର। ଗୁରୁତର ଚାଷୀ ହେଲେ କାମାକ୍ଷାନଗର ଥାନା ଖଟଖୁରା ଗ୍ରାମର ପ୍ର୍ରତାପ ସାହୁ। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ପ୍ରତାପ ନିଜ ବିଲରେ ପାଓ୍ବାର ଟିଲରରେ ଚାଷ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ବସତ ପାଓ୍ବାରଟିଲର ଭିତରେ ଗୋଡ ପଶି ଯାଇଥିଲା। ସ୍ଥାନିୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ବାମଗୋଡରେ ଗଭିର ଆଘାତ ଲାଗିଥିବା ସୂଚନା।
ରିପୋର୍ଟ- ପ୍ରକାଶ କୁମାର ପାତ୍ର ।
