ବନାସ ଡାଏରୀ ହାଜିପୁର ପକ୍ଷରୁ ଚାଷୀ ସମ୍ମିଳନୀ
ବିରିଡି:ବଗତସିଂହପୁର ଜିଲ୍ଲାବିରିଡି ବ୍ଲକ ବନାସ୍ ଡାଏରୀ( ଅମୁଲ )ହାଜିପୁର ପକ୍ଷରୁ ଦୁଗ୍ଧ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ହାଜିପୁର ଶାଖା ମିଳ୍କ ପକ୍ୟୁମେଣ୍ଟ ଅଧିକାରୀ ବାସନ୍ତୀ ହେମ୍ବ୍ରମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦକ୍ଷିଣପୂର୍ବ ଅପରେସନ ହେଡ଼ ଡ଼ କେଏନପଟେଲ ଯୋଗଦେଇ ବନାସ ଡାଏରୀ(ଅମୂଲ୍ ସମବାୟ ସଂଘ ସହିତ ଯୋଡି ହୋଇରହିଥିବା) ଏବଂ ତାର ସମସ୍ତ ଗୋପଳକ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ବିଗତ ଆର୍ଥିକ ବର୍ଷର(୨୦୨୪-୨୦୨୫) ବୋନସ ଅର୍ଥ ପ୍ରତ୍ୟେକ ଗୋପାଳକ ଚାଷୀଙ୍କର ବ୍ୟାଙ୍କ୍ ଖାତା କୁ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ସିଧାସଳଖ ପଠାଇ ଦିଆଯାଇଛି। ଏହି ବୋନସ ମୂଲ୍ୟ ବିଗତ ଆର୍ଥିକ ବର୍ଷରେ ସର୍ବ ମୋଟ୍ କ୍ଷୀର ର ମୂଲ୍ୟ ଉପରେ 5 ପ୍ରତିଶତ ବୋନସ ବଣ୍ଟନ କରାଯାଇଅଛି। ବନାସ୍ ଡାଏରୀ(ଅମୂଲ) ଏସିଆ ମହାଦେଶ ରେ ସର୍ବ ବୃହତ ଦୁଗ୍ଧ ସମବାୟ ସଂଘ୍ ଯାହା ଗୋପଳକ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଦୁଗ୍ଧ ର ଉଚିତ୍ ମୂଲ୍ୟ ଦେଇଆସିଛି ବୋଲି ସୂଚନା ଦେଇଥିଲେ l ଏହି ବୋନସ ମୂଲ୍ୟ ପାଇବା ପରେ ସମସ୍ତ ଗୋପଳକ ମହଲ ରେ ଉତ୍ସାହ ପରିଲକ୍ଷିତ ହେଉଛି। ଆଗକୁ ଅଧିକରୁ ଅଧିକ ଚାଷୀଭାଇ ଉନ୍ନତ ମାନର ଗୋପାଳନ କରିବାସହ ନିଜର ଉତ୍ପାଦନ ବଢ଼ାଇ ସ୍ୱାବଵାଲମ୍ବି ହେବାକୁ ଡ଼ା ପଟେଲ ପରାମର୍ଶ ଦେଇଥିଲେ l ଏଥିରେ ଶିଳ୍ପା ରଥ,ଅକ୍ଷୟ ପରିଡା, ଅରବିନ୍ଦ ନାୟକ, ଚିତ୍ତରଞ୍ଜନ ସାହୁ, ଦୁର୍ଗାପ୍ରସାଦ ବେହେରା, ରବୀନ୍ଦ୍ର ମଲ୍ଲିକ, ସସ୍ମିତା ବେହେରା, ପ୍ରୀତି ପର୍ଣ୍ଣା ରାଉତ, ସବିତା ସ୍ୱାଇଁ, ସୋଲୋଚନା ରାଉତ ପ୍ରମୁଖ ଚାଷୀ ସମ୍ପାଦକ ଯୋଗଦେଇଥିଲେ l କର୍ମଚାରୀ ସୁଦେଷ୍ନା ପଶାୟତ, ସନ୍ତୋଷ ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
