ଅବହେଳିତ ଅବସ୍ଥାରେ ମଣିଜଙ୍ଗ ସେବା ସମବାୟ ସମିତି ଧାନମଣ୍ଡି ନଥିବାରୁ ୩ ପଞ୍ଚାୟତ ର ଚାଷୀ ଦୁର୍ଦ୍ଦଶା ସମ୍ମୁଖୀନ।
ରଘୁନାଥପୁର ତା ୧୫/୯:-ରଘୁନାଥପୁର ନିକଟସ୍ଥ ଦୀପାଅଞ୍ଚଳ ରେ ମଣିଜଙ୍ଗ ପଞ୍ଚାୟତ ରେ ଥିବା ସେବା ସମବାୟ ସମିତି ୧୯୬୨ମସିହା ରେ ସ୍ଥାପିତ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି।ଏହି ସେବା ସମବାୟ ସମିତିର ପରିଚାଳନା ଦାୟିତ୍ୱ ଜଗତସିଂହପୁର ଜିଲ୍ଲା ଉପରେ ନେସ୍ତ ଥିବାବେଳେ ଧାନମଣ୍ଡି ଦାୟିତ୍ୱ ରହିଛି କଟକ ଜିଲ୍ଲା ଅଧିନରେ।ମଣିଜଙ୍ଗ,ମହମଦପୁର,ଓ ଉତ୍ତରକୂଳ ପଞ୍ଚାୟତର କିଛି ଅଶଂ ଚାଷୀମାନେ ଏହି ସମବାୟ ସମିତି ଉପରେ ନିର୍ଭର ଶୀଳ।ସର୍ବପୁରାତନ ଏହି ସେବାସମବାୟ ସମିତି ଉପରେ ସରକାରସ ଙ୍କ ଦୣଷ୍ଟିପଡୁନାହିଁ ନା ପ୍ରଶାସନର ଚରମ ଅବହେଳା ପାଇଁ କାର୍ଯ୍ୟାଳୟ ଟି ଜରାଜିର୍ଣ୍ଣ ଅବସ୍ଥାରେ ରହିଛି।ତାହାବୁଝା ପଡୁନାହିଁ।ସମିତିର ନିଜସ୍ଵ ଗୣହ ଖଣ୍ଡେନାହିଁ। ଏକ ଅସ୍ଥାୟୀ ଗୣହରେ ସମିତି ଚାଲୁଥିବା ବେଳେ ଧାନମଣ୍ଡି ନଥିବାରୁ ପ୍ରାୟ ୧୦କିମି ଦୂରତାରେ ଥିବା ଉତ୍ତରକୂଳ ସମବାୟ ସମିତି ରେ ଚାଷୀଧାନ ଦେବାପାଇଁ ନାହିଁ ନଥିବା ଅସୁବିଧା ର ସମ୍ବୁଖୀନ ହେଉଛନ୍ତି।ଧାନମଣ୍ଡି ଖୋଲାଯିବାକୁ ନେଇ ଅଞ୍ଚଳଚାଷୀ ବାରମ୍ବାର କଟକ ଜିଲ୍ଲାପ୍ରଶାସନ ନିକଟରେ ଦାବୀ କରିଆସୁଥିଲେବି କିଛି ସଫଳ ମିଳୁନାହିଁ। ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ମଣ୍ଡି ନଖୋଲିବାକୁ ନେଇ ଚାଷୀଙ୍କ ମହଲରେ ତିବ୍ରଅସନ୍ତୋଷ ଦେଖା ଦେଇଛି।ପୂର୍ବ ସରକାର ରେ ଡିଏଲପିସି ରେ ଫାଇନାଲ ହୋଇଥିଲେବି ସରକାର ଏଥିପ୍ରତି ଧ୍ୟାନ ଦଉନାହାନ୍ତି ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ ସରୋଜ କୁମାର ବେହେରା, କୈଳାଶ ସାହୁ, ସାରଦା ନାୟକ, କିଶୋର କୁମାର ସାହୁ,ଏସକେ ସୋଫିଆନ,ଏସକେ ଜଲାଉଦ୍ଧିନ ଅହମଦ, ନକୁଳ ବେହେରା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି।
