କୃଷକଙ୍କ ସମସ୍ୟା ସମ୍ପର୍କ ରେ ଅଧିକାରୀଙ୍କ ସହିତ ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କୃଷକଙ୍କ ସମସ୍ୟା ସମ୍ପର୍କ ରେ ଅଧିକାରୀଙ୍କ ସହିତ ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି l (ଚାଷୀଙ୍କ ଆୟ କୁ ଦୁଇଗୁଣା କରିବା ସହିତ କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ )ଗୋପ ୧୧/୦୨/୨୫ ( ) ଯଶଶ୍ରୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଓ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୃଷକମାନଙ୍କ ପାଇଁ ଉସର୍ଗକୃତ l ଚାଷୀମାନଙ୍କ ଆୟ କୁ ଦୁଇ ଗୁଣା କରିବା ସହିତ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଏହି ସବୁ କୃଷକ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ

l ତାହାର ଅନୁଧ୍ୟାନ ପାଇଁ ସୋମବାର ଅପରାହ୍ନ ରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ପୁରୀ ଜିଲ୍ଲା ଗୋପ ବ୍ଲକ ର କୃଷି ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ବ୍ଲକ୍ କୃଷି ଅଧିକାରିଣୀ ଜୟଲକ୍ଷ୍ମି ସାହୁଙ୍କ ସମେତ ସମସ୍ତ କୃଷିବିଭାଗ ର କର୍ମଚାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ l ଉକ୍ତ ବୈଠକ ରେ ରାଜ୍ୟ କୁ ଖାଦ୍ୟ ଶସ୍ୟ ରେ ଆତ୍ମ ନାର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ଆଳୁ ବିହନ, ମୁଗ, ବିରି, ଶୋରିଷ, ମଶୁର ଓ ଚିନାବାଦାମ ଆଦି ବିହନ ମାଗଣାରେ ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। ତତସହିତ ସାର ଓ କୀଟନାଶକ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି। ଚାଷୀମାନେ ବିହନ ପାଇ ଚାଷ କରିଥିବା କ୍ଷେତ କୁ ମଧ୍ୟ ଯାଇ ଫସଲ ବୁଲି ଦେଖିଲେ । ଆଳୁ ଚାଷ ରେ ଓଡିଶା ରାଜ୍ୟ କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କୁ ବ୍ୟାପକ ଭାବେ ଆଳୁ ବିହନ ଯୋଗାଇ ଦେବା ସହିତ ହେକ୍ଟର ପିଛା ୫୮ ହଜାର ଟଙ୍କା ପ୍ରୋସାହନ ରାଶି ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର କୁଶଭଦ୍ରା ନଦୀ ପଠାରେ ଆଳୁ ଚାଷ କରିଥିବା କ୍ଷେତ କୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଆଳୁ ଫସଲ କିପରି ଚାଷୀମାନେ କରିଛନ୍ତି ତାହା ମଧ୍ୟ ଦେଖିଥିଲେ। ପରିଦର୍ଶନ ସମୟ ରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ବିଶ୍ବାଲ, ବସନ୍ତ ସେନାପତି, ଦୀପକ କୁମାର ଦାଶ, ଶିବାନୀ ଶଙ୍କର ସେଠୀ, ସନ୍ତୋଷ କୁମାର ବରାଲ, ପ୍ରମୋଦ କୁମାର ପାଇକରାୟ, କିଶୋର ଚନ୍ଦ୍ର ରାଉତ, ବ୍ରଜ କିଶୋର ସ୍ଵାଇଁ, ତାପସ କୁମାର ପାଇକରାୟ, ତନ୍ମୟ ସେନାପତି ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *