ସରକାରୀ ଯୋଜନାରୁ ବଞ୍ଚିତ ପରିବା ଚାଷୀ

କୃଷି ଏବଂ କୃଷକ ମାନଙ୍କ ପାଇଁ ସରକାର ବହୁ ଯୋଜନା କରିଛନ୍ତି. ତେବେ ଏହି ଯୋଜନା ସବୁର ସୁଫଳ ପାଇ ପାରୁ ନାହାନ୍ତି ଚାଷୀ. ଏହାର ଉଦାହରଣ ଦେଖିବାକୁ ମିଳିଛି ଗୋପ ବ୍ଲକ ଷୋଳପୁର ଗ୍ରାମର ପରିବା ଚାଷୀ ମାନଙ୍କ କ୍ଷେତ୍ରରେ. ଏହି ଚାଷୀ ମାନେ କିଛି ସରକାରୀ ସୁବିଧା ପାଉ ନ ଥିବା ଅଭିଯୋଗ କରିଛନ୍ତି. ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ. ଗୋପ ବ୍ଲକ ଅନ୍ତର୍ଗତ ନାଗପୁର ପଂଚାୟତର ଷୋଳପୁର ଗ୍ରାମ କୁଶଭଦ୍ରା ନଦୀ କୂଳରେ ଥିବାରୁ ନଦୀ ପଠାରେ ପନି ପରିବା ଚାଷ କରିଥାନ୍ତି ଚାଷୀ ମାନେ. ନିଜସ୍ୱ ଉଦ୍ୟମରେ ଦିନରାତି ପରିଶ୍ରମ କରି ଫସଲ କରୁଥିବା ବେଳେ ସରକାରୀ ସ୍ତରରେ କିଛି ସୁଫଳ ପାଉ ନ ଥିବା ଚାଷୀ କହିଛନ୍ତି ଚାଷୀ ମାନେ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିବା ସହ ରିହାତି ମୂଲରେ ସାର ବିହନ କୀଟ ନାଶକ ଔଷଧ ମିଳିବା ପାଈଁ ଯୋଜନା ଥିବା ବେଳେ ଏମାନେ ସବୁଥିରୁ ବଞ୍ଚିତ ଅଛନ୍ତି ବଜାରରୁ ଚଢ଼ା ଦରରେ କିଣୁଥିବା କହିଛନ୍ତି. ଏହାଛଡ଼ା ଜମିରେ ଜଳସେଚନର ମଧ୍ୟ କୌଣସି ବ୍ୟବସ୍ଥା ସରକାରୀ ସ୍ତରରେ ଏଠାରେ କରାଯାଇ ନ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି. ଏ ନେଇ ଆମେ ଗୋପ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପଚାରି ବାରେ ସେ କହିଛନ୍ତି. ଚାଷୀ ମାନେ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରନ୍ତୁ. ଆମେ ତାଙ୍କୁ ସହାୟତା ଯୋଗାଇବୁ. ତେବେ ଏହି ଚାଷୀ ମାନେ କେବେ ସରକାରଙ୍କ ଯୋଜନାର ସୁଫଳ ପାଇ ପାରିବେ ତାହା ଦେଖିବାକୁ ବାକି ରହିଲା

ନିମାପଡା ରୁ ନିବେଦିତା ମିଶ୍ର. ତ୍ରିର୍ଥକ୍ଷେତ୍ର ଲାଇଭ.

Leave a Reply

Your email address will not be published. Required fields are marked *