ଫସଲ ବୀମା ପଞ୍ଜିକରଣ କୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ

ପୁରୀ : ପୁରୀ ଜିଲ୍ଲା ରେ ଜାତୀୟ ଫସଲ ବୀମା ନିମନ୍ତେ ଚାଷୀ ପଞ୍ଜିକରଣ ଓ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ ଖରିବାକୂ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଫସଲ ବୀମା ଓ ଧାନ ସଂଗ୍ରହ କୃଷି ଓ କୃଷକ ମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ଯୋଜନା ହୋଇ ଥିବାରୁ ଏହାକୁ ଅତ୍ୟନ୍ତ ନିଷ୍ଠା ର ସହ ପରିଚାଳନା କରି ଚାଷୀ ମାନଙ୍କୁ ସଚେତନ କରାଇ ପଞ୍ଜିକରଣ କୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଯେମିତି ଅଧିକ ଚାଷୀ ପଞ୍ଜିକରଣ କରନ୍ତି ସେଥି ପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ।ଏହି କାର୍ଯ୍ୟ ଚଳିତ ମାସ ୫ ତାରିଖ ସୁଦ୍ଧା ଜାତୀୟ ଫସଲ ବୀମା ଓ ୧୬ ତାରିଖ ସୁଦ୍ଧା ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ ପୂର୍ଣ୍ଣାଙ୍ଗ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ପୁରୀ ସହକାରୀ ସମବାୟ ନିବନ୍ଧକ ସ୍ୱରୂପ କୁମର କର,ସମବାୟ ବିଭାଗର କ୍ଷେତ୍ର ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *