ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ନିର୍ମମ ହତ୍ୟା କଲା ବାପା।
Date -19/10/2025Anchor -ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ନିର୍ମମ ହତ୍ୟା କଲା ବାପା। ଏବଂ ହତ୍ୟା ପରେ ଅଭିଯୁକ୍ତ ବାପା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଖୁଆପାଳ ଅଞ୍ଚଳରେ। ମୃତକ ଦଦରାଘାଟି ଫାଣ୍ଡି ଅଧିନସ୍ଥ ୧ନଂ କଲୋନୀ ଅଂଚଳର କରୁଣାକର ବେହେରା। ମୋହନପଶି ଗାଁର ରୂପା ପିଙ୍ଗୁଆ ଦଳବଦ୍ଧ ଭାବେ କରୁଣାକରଙ୍କୁ ପିଟି ପିଟି ହତ୍ୟା କରିବା ସହ ନିକଟସ୍ଥ ନାଳରେ ଫୋପାଡ଼ି ଦେଇଥିଲା। ଏବଂ ହତ୍ୟାକାଣ୍ଡର ଟିକି ନିକି ଘଟଣାକୁ ପୋଲିସ ଆଗରେ ସ୍ୱୀକାର ମଧ୍ୟ କରିଛି। ତେବେ ଝିଅକୁ ଅସଦାଚରଣ କରିବା ନେଇ ସହି ପାରିନଥିଲା ରୂପା। ଆଉ ଶେଷରେ ଜୀବନରୁ ମାରିଦେବା ପାଇଁ ରଚିଥିଲା ଶଡଯନ୍ତ୍ର। ଯାହାକୁ ନେଇ ପରଜଙ୍ଗ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି।
