ବାପାକୁ ପୁଅର ଛୁରୀରେ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

PRESS
Ref: Ramachandi PS case No-83 dtd 15.06.2025 U/s-296/115(2)/118(1)/109(1)/351(3) BNS,2023
________________________________________________
ବାପାକୁ ପୁଅର ଛୁରୀରେ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଗତକାଲି ତ। ୧୪.୦୬.୨୦୨୫ ରିଖ ରାତ୍ର ୮ ଘଣ୍ଟିକା ସମୟରେ ପାରିବାରିକ ସମସ୍ୟାକୁ  କେନ୍ଦ୍ରକରି ବାଲିକପିଳେଶ୍ଵର ଗ୍ରାମରେ ,ସେ ଗ୍ରାମର ଧଡିଆ ମଲ୍ଲିକ ଓ  ତାର ପୁଅ ଦିଲ୍ଲୀପ ମଲ୍ଲିକ ମଧ୍ୟରେ କଳିଝଗଡ। ହୋଇଥିଲା । ସେ କଳିଝଗଡା ସମୟରେ ଦିଲ୍ଲୀପ ମଲ୍ଲିକ ତାର ବାପା ର ପେଟକୁ ଛୁରୀରେ ଆକ୍ରମଣ କରିଥିଲା । ଯାହାଫଳରେ ବାପା ଧଡିଆ ମଲ୍ଲିକ ର ପେଟରୁ ରକ୍ତସ୍ରାବ ହୋଇଥିଲା । ଏହି ଘଟଣ। ପରେ ସେ ଗ୍ରାମର ଲୋକମାନେ  ବାପା ଧଡିଆ ମଲ୍ଲିକ କୁ ଗୋପ ମେଡିକାଲ କୁ ଚିକିଶ୍ଚ। ନିମନ୍ତେ ପଠାଇଥିଲେ । ଆଜି ସକାଳେ ଧଡିଆ ମଲ୍ଲିକ ମେଡିକାଲରୁ ଫେରି ରାମଚଣ୍ଡୀ ଥାନାରେ ତାର ପୁଅ ବିରୋଧରେ ଅଭିଯୋଗ କରିବାରୁ ଏ ସଙ୍କ୍ରାନ୍ତରେ ରାମଚଣ୍ଡୀ ଥାନାରେ ଏକ କେସ ଯାହାର ନମ୍ବର -୮୩/୨୦୨୫ ରୁଜୁକରି ଆସାମୀ ଦିଲ୍ଲୀପ ମଲ୍ଲିକ  ପିତା-ଧଡିଆ ମଲ୍ଲିକ ,ଗ୍ରାମ-ବାଲିକପିଳେଶ୍ଵର କୁ ଆଜି ଗିରଫ କରି କୋର୍ଟ ଚାଲାଣ  କରାଯାଇ ଅଛି ଓ ତଦନ୍ତ ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *