ବାହାନଗା ଟ୍ରେନ ଦୃର୍ଘଟଣା ରେ ମିଳିଥିବା ସହାୟତା ରାଶି ଉପରେ ଶଶୁର ର ଆଖି !

ବାହାନଗା ଟ୍ରେନ ଦୃର୍ଘଟଣା ରେ ମିଳିଥିବା ସହାୟତା ରାଶି ଉପରେ ଶଶୁର ର ଆଖି ! ବୋହୂ ଆଣିଲେ ଶଶୁର ଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଵୋହୂ ଥାନାରେ ହେଲେ ଦ୍ବାରସ୍ଥ।

ଭଦ୍ରକ:= ଵାହାନଗା ଟ୍ରେନ ଦୃର୍ଘଟଣା ରେ ଆପଣ ମାନେ ଯାଣିଥିବେ ଯେଉଁ ହଜାର ହଜାର ଲୋକ ମାନେ ମରିଥିଲେ ସେ ଶଵ ନେଇ ବାହାନଗା ସ୍କୂଲ୍ ରେ ରଖାଯାଇଥିଲା।ସେହି ଶବର ପାହାଡ଼ ମଧ୍ୟରେ ଗୋଟିଏ ଵୁଢା ବାପା ନିଜର ପୁଅ ର ଶଵ କୁ ଅତି ଡହଳବିକଳ ହୋଇ ଖୋଜୁଥିବା ର ଭିଡିଓ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚା ହୋଇଥିଲା।ଲୋକ ମାନେ ଵୁଢା ଵାପା ର ପୁଅ ପ୍ରତି ଭଲପାଇବା ଦେଖିଥିଲେ।ହେଲେ ସେହି ଘଟଣା ର କିଛି ଦିନ ପରେ ସେହି ବୁଢା ଵାପା ର ଆଉ ଏକ ଅର୍ଥ ଲୋଭି ଓ ହୀନ ମାନସିକତା ର ଘଟଣା ସାମ୍ନା କୁ ଆସିଛି। ହଁ ଆଜ୍ଞା ଆଜିର ସମାଜରେ ଅର୍ଥ ଲୋଭି ମଣିଷ ମାନେ ଅର୍ଥ ଲୋଭ ରେ ଅନ୍ଧ ହୋଇ ନିଜର ବୁଦ୍ଧି ବିବେକ କୁ ହରାଇ ଏମିତି ଏକ ଭୁଲ୍ କରିଵସନ୍ତି ଯାହାର ପ୍ରୟଶ୍ଚିତ କରିଵା ପାଇଁ ଆଉ କିଛି ନ ଥାଏ। କାଲି ଯିଏ କହୁଥିଲା ମୋର ଟଙ୍କା କଣ ହେଵ ଟଙ୍କା କଣ ମୋତେ ଵାପା ବୋଲି ଡାକିଵ।ମୋର ମାସିକିଆ ଖର୍ଚ୍ଚ ଏ ଟଙ୍କା ମୋତେ ଦେବନି।ହେଲେ କାଲି ର କଥା ଆଜି କେମିତି ଵଦଳି ଗଲା।କଣ ଟଙ୍କା ପାଇଁ ମଣିଷ ନିଜର ରକ୍ତ ର ସମ୍ପର୍କ କୁ ଵି ଭୁଲିଯାଏ। ଏଭଳି ଏକ ଘଟଣା ଯାହାକି ଆପଣ ର ମନ ଓ ହୃଦୟ କୁ ଆନ୍ଦୋଳିତ କରିଦେଲା ପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଶୁଗୋ ଗ୍ରାମ ରେ। ବାହାନଗା ଟ୍ରେନ୍ ଦୃର୍ଘଟଣା ରେ ଶୁଗୋ ଗ୍ରାମ ର ରବିନ୍ଦ୍ର ସାହୁ ଙ୍କ ପୁଅ ଗୋବିନ୍ଦ ସାହୁ ଟ୍ରେନ ଦୃର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପରେ କେନ୍ଦ୍ର ସରକାର ଙ୍କ ତରଫରୁ ଦଶ ଲକ୍ଷ ର ସହାୟତା ରାଶି ଓ ରାଜ୍ୟ ସରକାର ଙ୍କ ତରଫରୁ ପାଞ୍ଚ ଲକ୍ଷ ସହାୟତା ରାଶି ଘୋଷଣା ହୋଇଥିଲା। ସରକାର ଙ୍କ ତରଫରୁ ଘୋଷଣା ଟଙ୍କା ଵି ମିଳିଲା।ହେଲେ ଆଜି ମୃତ ଗୋବିନ୍ଦ ସାହୁ ଙ୍କ ସ୍ତ୍ରୀ ର ଅଭିଯୋଗ କି ଶଶୁର ଓ ଶାଶୁ ତାଙ୍କୁ ଜୋର ଜବରଦସ୍ତ ଧମକ୍ ଦେଇ ପନ୍ଦର ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏମିତି ଏକ ଅଭିଯୋଗ ସେ ବାସୁଦେବପୁର ଥାନା ରେ ଦେଇଛନ୍ତି। ଅନ୍ୟ ପକ୍ଷରେ ମୃତ ଗୋବିନ୍ଦ ସାହୁ ଙ୍କ ର ଵାପା ସହିତ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ ହେଲେ ଗୋବିନ୍ଦ ସାହୁ ଙ୍କ ଵାପା ରବିନ୍ଦ୍ର ସାହୁ ତାଙ୍କ ବୋହୂ ଦେଇଥିବା ଅଭିଯୋଗ କୁ ଖଣ୍ଡନ କରିଵା ସହିତ ବୋହୂ ର ସହମତି ଓ ଆପୋଷ ବୁଝାମଣା ଭିତରେ ସେ ତାଙ୍କ ବୋହୂ ପାଖରୁ ଟଙ୍କା ନେଵା କଥା କୁ ସ୍ବିକାର କରିଛନ୍ତି।ହେଲେ ବୋହୂ ଆଣିଥିଵା ଅଭିଯୋଗ ଓ ଶଶୁର ବୋହୂ ର ଅଭିଯୋଗ କୁ ଖଣ୍ଡନ କରିଵା ତାହା ପୋଲିସ ର ତଦନ୍ତ ପରେ ସମସ୍ତ ସତ୍ୟ ବାହାରକୁ ଆସିଵ।

Report:= punil kumar samanta

Leave a Reply

Your email address will not be published. Required fields are marked *