ଫାଦର ମାରିଆନଙ୍କ ୧୦୮ ତମ ଜୟନ୍ତି ପାଳତ
ଫାଦର ମାରିଆନଙ୍କ ୧୦୮ ତମ ଜୟନ୍ତି ପାଳତ lପୁରୀ ବଳିଆପଣ୍ଡା ସ୍ଥିତ ବେଟ୍ରିକ୍ସ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରତିଷ୍ଠାତା ଫାଦର ମାରିଆନ ଜେଲାଜେକଙ୍କ ୧୦୮ ତମ ଜୟନ୍ତି ସଂପାଦକ ଫାଦର ବାପଟିଷ୍ଟ ଡିସୌଜାଙ୍କ ସଭାପତିତ୍ୱରେ ଧୁମ୍ ଧାମରେ ପାଳନ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଫାଦର ମାରିଆନଙ୍କ ପ୍ରତିମୃତିର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଆଚାର୍ଯ୍ୟ ବ୍ରଜ କିଶୋର ସ୍ୱାଇଁ ଯୋଗ ଦେଇ ମାରିଆନଙ୍କ ନିଷ୍ଠାପର ସେବାର ଅବତାରଣ କରି କହିଲେ ଫାଦର ଥିଲେ କୁଷ୍ଠ ପିଡୀତ ଜନତା ପାଖରେ ଈଶ୍ଵରଙ୍କ ପ୍ରେରିତ ପ୍ରତିନିଧି ଓ ସେବାର ପ୍ରତିକ । ତାଙ୍କ ପ୍ରେରଣାରେ ପୁରୀ ଚର୍ଚ୍ଚ ମଧ୍ୟରେ ଗଢି ଉଠିଥିଲା ସତ୍ୟ ସନ୍ଧାନ ଲାଇବ୍ରେରୀ ଯେଉଁ ଠାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଉପାଦେୟ ପୁସ୍ତକ ରହିଅଛି। ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡା. ଦେବ ପ୍ରସାଦ ଦାଶ ଯୋଗ ଦେଇ କହିଲେ ସେ ଫାଦରଙ୍କ ଠାରୁ ସେବା କ’ଣ ତାହା ଶିକ୍ଷା କରିଥିଲେ ଓ ତାଙ୍କ ପ୍ରେରଣାରେ ସେ ଏବେ ମଧ୍ୟ ସେବାକାର୍ଯ୍ୟରେ ନିୟୋଜିତ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ନାରାୟଣ ସୁବୁଦ୍ଧି ଯୋଗ ଦେଇ ମାରିଆନଙ୍କୁ ନୋବେଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଶ୍ରୀଯୁକ୍ତ ଭରତ କୁମାର ନାୟକ ଯୋଗ ଦେଇ ଫାଦରଙ୍କ ଶିକ୍ଷା ପ୍ରତି ଥିବା ଭାବ ଓ ତାଙ୍କର କର୍ମନିଷ୍ଠାକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଇତ୍ୟବସରରେ କୁଷ୍ଠ ରୋଗୀଙ୍କ ଚିକିତ୍ସାରେ ସମର୍ପିତ ଡ଼ା. ଶ୍ୟାମ ବନ୍ଧୁ ମହାପାତ୍ରଙ୍କ ନିଧନରେ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏଥିରେ ନିମନ୍ତ୍ରିତ ଅତିଥିଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ଫାଦର କୋରିଆ, ଫାଦର ସରୋଜ, ଡ଼ା. ଅରୁଣ କୁମାର ମିଶ୍ର ଯୋଗ ଦେଇଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ବୁଲୁ ବୀରେନ୍ଦ୍ର କୁଜୁର୍, ଶ୍ରୀମତୀ କୃଷ୍ଣପ୍ରିୟା ସାହୁ, ଶ୍ରୀମତୀ ଅଞ୍ଚଳି ପଣ୍ଡା, ଡ଼.ଶଶିକାନ୍ତ ରଥ,ବିଜୟ କୁମାର ସତପଥୀ ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ ଜୟନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ନିବେଦିତା ଖୁଣ୍ଟିଆ ସଭା ପରିଚାଳନା କରିଥିଲେ ।
