ପିତା ସାଜିଲା ପିଶାଚ
କୋଣାର୍କ,ତା,୧୮,୨,୨୦୨୪– ପିତା ସାଜିଲା ପିଶାଚ, ବାପାର ବଳାତ୍କାର ପରେ ନାବାଳିକା ଝିଅର ଆତ୍ମହତ୍ୟା, ଝିଅର ମା ଆଣିଲା ସଙ୍ଗିନୀ ଅଭିଯୋଗ – କୋଣାର୍କ ଥାନା ଅର୍ନ୍ତଗତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ଜଣେ ମଦ୍ୟପ ପିତା ସାଜିଛି ପିଶାଚ। ବାପା ନିଜର ଝିଅ କୁ ବାରମ୍ବାର ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନପାରି ଆତ୍ମହତ୍ୟା କରିଥିବା ଝିଅ ର ମା ନିଜେ ଏପରି ଅଭିଯୋଗ ଆଣିଛନ୍ତି। କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କ ବଡ ଝିଅ କୁ ବଳାତ୍କାର କରୁଥିଲେ। ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କ ରେ ମା କୁ ଅଭିଯୋଗ କରିଥିଲେ ମଧ୍ୟ ସମାଜ ରେ ନିଜର ଏପରି ଘଟଣା କୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟ ଙ୍କୁ ତାଗିଦ୍ କରିଥିଲେ।ମା ଆଜି ପର ଘରକୁ କାମକରିବାକୁ ଜାଇଥିବା ସମୟରେ ବାପା ମଳୟ ସକାଳୁ ନାବାଳିକା ଝିଅ କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ନାବାଳିକା ଲଜ୍ଜା ସହି ନପାରି ଆତ୍ମହତ୍ୟା ନିଜ ଶୋଇବା ଘରେ କରିଥିଲେ । ପରିବାର ସଦସ୍ୟ ଏପରି ଆତ୍ମହତ୍ୟା ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନା କୁ ଆଣିଥିଲେ। ମାତ୍ର ଡାକ୍ତର ନାବାଳିକା କୁ ମୃତ୍ୟୁ ଘୋଷଣା କରିଥିଲେ ଏ ସଂପର୍କରେ ପରିବାର ପକ୍ଷରୁ କୋଣାର୍କ ଥାନାକୁ ଅବଗତ କରାଜାଇଛି। ଏପରି ଏକ ସମ୍ବେଦନଶୀଳ ଘଟଣା ସଂପର୍କ ରେ ମା ସିଧାସଳଖ ବାପା ମଳୟ ରଞ୍ଜନ ମହାନ୍ତି ଝିଅ କୁ ବାରମ୍ବାର ବଳାତ୍କାର କରିବାରୁ ମୋ ଝିଅ ଆତ୍ମହତ୍ୟା କରିଲା ବୋଲି କହିଛନ୍ତି,
