ଫିର୍ ମିଲେଙ୍ଗେ

ପୁରୀ ପରିଦର୍ଶନ କରି ପ୍ରବାସୀ ଭାରତୀୟ ଖୁସି ବ୍ୟକ୍ତ କଲେ। “ଫିର୍ ମିଲେଙ୍ଗେ” କହି ହାତ ମିଳାଇ ବିଦାୟ ନେଲେ।ପୁରୀ ୧୦/୧ ଆଜି ପୂର୍ବାହ୍ନରେ ୮୦ ଜଣ ପ୍ରବାସୀ ଭାରତୀୟ ଓ ସହଯୋଗୀ ସଦସ୍ୟ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ।ସେମାନେ ରଘୁରାଜପୁର ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରା ଯାଇଥିଲା।ରଘୁରାଜପୁର ର କଳା କୃତି ଦେଖି ପ୍ରବାସୀ ମାନେ ଖୁସି ଓ ବିସ୍ମୟ ପ୍ରକାଶ କରିଥିଲେ।ଏତେ ସୁନ୍ଦର ଚିତ୍ରକଳା ଦେଖି ଓ ତାହାର ପ୍ରସ୍ତୁତି ପ୍ରଣାଳୀ କୁ ଦେଖି ସେମାନେ ବିମୋହିତ ହୋଇ ଥିଲେ।ବେଶ କିଛି କିଣା କିଣି କରି କଳାକୃତି ଓ କଳାକାର ଙ୍କ ସହ ଫଟୋ ଉଠାଇ ସେଲ୍ଫି ନେଇ ଥିଲେ।

ନିଜ ପ୍ରତିକ୍ରିୟା ରେ ଓଡିଶା ତାଙ୍କୁ ଭଲ ଲାଗିବା ସହ ଓଡ଼ିଶାର ଆତିଥେୟତା ରେ ସେମାନେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ।ପରେ ପରେ ସେମାନେ ସାତପଡ଼ା ଯାଇ ନୌବିହାର କରିଥିଲେ।ଶେଷରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖି ଚମତ୍କୃତ ହୋଇ ଥିଲେ।ଓଡ଼ିଆ ମୂର୍ତ୍ତି କଳାକାର ଙ୍କ କୃତି ଅନନ୍ୟ ଓ ବିସ୍ମୟକର ବୋଲି ସେମାନେ କହିବା ସହ ଓଡିଶା କୁ ଏହି ପର୍ଯ୍ୟଟନ ସେମାନଙ୍କ ପାଇଁ ଅଭୁଲା ହୋଇ ରହିବ ବୋଲି କହିଥିଲେ।ଭବିଷ୍ୟତରେ ପୁଣି ଓଡିଶା ଆସିବୁ ବୋଲି ସୂଚନା ଦେଇ ସ୍ଥାନୀୟ ଲୋକ ଙ୍କୁ ହିନ୍ଦୀ ରେ “ଫିର ମିଲେଙ୍ଗେ” ବୋଲି କହି ସମ୍ବୋଧିତ କରି ହାତ ମିଳେଇ ଥିଲେ।ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ଏହି ଅତିଥି ମାନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ ସମସ୍ତ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *