ଫୁଲବାଣୀ ସ୍ଥିତ କାରାଗାର ରେ ରହୁଥିବା ଅନ୍ତେବାସୀ ମାନେ କିଛି ନା କିଛି ଭୁଲ କରି ବିଚାରଧୀନ ଅପରାଧୀ ଭାବେ ରହି ଆସୁଛନ୍ତି
କନ୍ଧମାଳ ୧୭/୯/୨୫ , ଫୁଲବାଣୀ ସ୍ଥିତ କାରାଗାର ରେ ରହୁଥିବା ଅନ୍ତେବାସୀ ମାନେ କିଛି ନା କିଛି ଭୁଲ କରି ବିଚାରଧୀନ ଅପରାଧୀ ଭାବେ ରହି ଆସୁଛନ୍ତି । ଏଠାରେ ପ୍ରଶ୍ନ ଆସେ କି ଫୁଲବାଣୀ, ବାଲିଗୁଡା,ଜି ଉଦୟଗିରି କାରାଗାର ରେ ରହୁଥିବା ଅନ୍ତେବାସୀ ମାନେ ଭିତରେ କରନ୍ତି କଣ ? ତାଙ୍କ ଜୀବନଶୈଳୀ ପରିବର୍ତ୍ତନ ପାଇଁ ସରକାରଙ୍କ ଯୋଜନା ରହିଛି ? ନା କିଛି ନାହିଁ କେବଳ ବାଡ଼ି ବଗିଚା ରେ ପାରିବା ଚାଷ କରିବା ଛଡ। କିଛି ନାହିଁ । ଏପରି ସ୍ଥଳେ କାରାଗାରର ଅନ୍ତେବାସୀଙ୍କ ଜୀବନଶୈଳୀ କୁ ପରିବର୍ତ୍ତନ କରିବା ପାଇଁ ସରକାର ଙ୍କ ଯୋଜନା କୁ ଆଜି ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ କୁଟୀର ଶିଳ୍ପ ତାଲିମ ମାଧ୍ୟମରେ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ସେମାନେ କାରାଗାରରୁ ବାହାରିବା ପରେ ନିଜକୁ ବୟସ ଅନୁପାତରେ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବେ ଆଉ ନିଜର ଭୁଲଭଟକା ଭୁଲିଯାଇ ଏକ ଭଲ ମଣିଷ ଭାବେ ସମାଜରେ ନିଜକୁ ପ୍ରତିଷ୍ଠିତ କରିବେ । ପାଦ କୁ ପାଦ ମିଶାଇ ଚାଲିପାରିବେ ତାହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୧୨ ଦିନିଆ ତାଲିମ ଶିବିର Hundred ହୋଇଯାଇଛି । ଏହି ତାଲିମ ଶିବିରରେ କାରାଗାରର ୩୫ ଜଣ ଅନ୍ତେବାସୀଙ୍କୁ ମହମ ବତୀ ତିଆରି କରିବା ଉପରେ ତାଲିମ ପାଇବା ପାଇଁ ସୁଯୋଗ ମିଳିଥିବା ବ୍ୟାଙ୍କ ପକ୍ଷରୁ ଖବର ଜଣାପଡିଛି । ଷ୍ଟେଟ ବ୍ୟାଙ୍କ ର ଏହି ପ୍ରୟାସ ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ କାରାଗାରରେ ଥିବା ଅନ୍ତେବାସୀଙ୍କ ପାଇଁ ପ୍ରେରଣା ହେବ । ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ର ର ମହମବତୀ ତାଲିମ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ରିଜୋନାଲ ମ୍ୟାନେଜର ଶ୍ରୀ ପ୍ରକାଶ ଗ୍ରହାଚର୍ଯ୍ୟ,ଫୁଲବାଣୀ ମୁଖ୍ୟ ଶାଖାର ଶାଖା ପରିଚାଳକ ଶ୍ରୀ ରାକେଶ କୁମାର ପଣ୍ଡା, ସର୍କଲ କାରାଗାର ର ସୁପରିଟେଣ୍ଡେଣ୍ଡ ଶ୍ରୀ ଲଲାଟେନ୍ଦୁ ପ୍ରକାଶ ଦାସ, ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରର ନିର୍ଦେଶକ ଶ୍ରୀ ମାନସ ରଞ୍ଜନ ମାହାଲି ଦୀପ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ! ଏହି ଛୋଟ ତାଲିମ ମାଧ୍ୟମରେ ଅନ୍ତେବାସୀଙ୍କ ପରିବର୍ତ୍ତନଶୀଳ ଜୀବନଶୈଳୀ କୁ ନେଇ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସମୂହ ବହୁ ଉପଦେଷମୂଳକ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମକୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀ ପାନୁୟାଲ ଦିଗାଲ, ଚିତ୍ତରଞ୍ଜନ କହଁର, ଓ କାର୍ଯ୍ୟାଳୟ ସହକାରୀ ଶ୍ରୀ ସିମାଞ୍ଚଳ ଡାକୁଆ, ଓ ବବି ପ୍ରଧାନ ମିଳିତଭାବେ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।
