ପଞ୍ଚମ ବାର୍ଷିକ ରାଜ୍ୟ ସ୍ତରୀୟ ପ୍ରାଚୀନ ସଂସ୍କୃତିରେ ପର୍ଯ୍ୟଟନ

କୋଣାର୍କ – ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ଆଶ୍ରମ ସ୍କୁଲ ଠାରେ କୋଣାର୍କ ଉତ୍ସବ ଅବସରରେ ପଞ୍ଚମ ବାର୍ଷିକ ରାଜ୍ୟ ସ୍ତରୀୟ ପ୍ରାଚୀନ ସଂସ୍କୃତିରେ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଟ ଐତିହ୍ୟ ବିଶାରଦ ତଥା ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ପୁରୀ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ନାୟକ, ବ୍ଯଙ୍ଗ ସମ୍ରାଟ ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ଶିକ୍ଷାବିତ ରାମକୃଷ୍ଣ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରାଚୀନ ସଂସ୍କୃତିରେ ପର୍ଯ୍ୟଟନ ସାହିତ୍ୟର ଇତିହାସ, ବିଭିନ୍ନ ଦିଗ ଓ ଭବିଷ୍ୟତ ପଢି ମାନେ କିଭଳି ଏ ସମ୍ପର୍କରେ ଅବଗତ ହୋଇ ଏହାର ପୁନରୁଦ୍ଧାର ଓ ବିକାଶ ଦିଗରେ ଯତ୍ନବାନ ହୋଇପାରିବେ ଆଲୋଚନା କରିଥିଲେ।

ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପର୍ଯ୍ୟଟନ ସ୍ଥଳୀ, ସଂସ୍କୃତି ଓ ପରମ୍ପରା ଉପରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ସମ୍ବନ୍ଧରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କପସିଲ ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଭାଗୀରଥୀ ସ୍ଵାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ସଂସ୍କୃତି ଓ ପର୍ଯ୍ୟଟନ ପ୍ରେମୀ ନାଗରିକଙ୍କ ସମେତ ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଭାଗୀରଥୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁକାନ୍ତ କୁମାର ବିଶ୍ବାଳ, ସଚ୍ଚିଦାନନ୍ଦ ଗୋଛାୟତ, ଶିକ୍ଷକ ଭାଗୀରଥୀ ପାଇକରାୟ ଓ ଅର୍ଜନ ଦଳାଇ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *