ପୁରୀ ଟାଉନ ଥାନା ଅନ୍ତର୍ଗତ ପାପୁଡ଼ିଆ ମଠ ସମ୍ମୁଖରେ ଯୁବକଙ୍କୁ ଛୁରାମାଡ

ପୁରୀ ଟାଉନ ଥାନା ଅନ୍ତର୍ଗତ ପାପୁଡ଼ିଆ ମଠ ସମ୍ମୁଖରେ ଯୁବକଙ୍କୁ ଛୁରାମାଡ। ଛୁରାମାଡ଼ରେ ହେମନ୍ତ ପଟ୍ଟନାୟକ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।ଖଜା ଦୋକାନୀ ହେମନ୍ତଙ୍କ ସହ ବଚସା ନେଇ ଜଣେ ଦୃର୍ବୁତ୍ତ ଛୁରାମାଡ କରିଥିବା ସୂଚନା। ଗତକାଲି ଦୀପାବଳୀ ରାତିରେ ହେମନ୍ତ ନିଜ ଖଜା ଦୋକାନ ମାଲିକଙ୍କ ସହ କଥାବାର୍ତ୍ତା ହୋଇ ଥଟା ତାମସା କରୁଥିବାବେଳେ ଜଣେ ଦୃର୍ବୁତ୍ତ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ହେମନ୍ତଙ୍କ କାନକୁ ଛୁରୀରେ ଆକ୍ରମଣ କରିଥିଲା ।ରକ୍ତାକ୍ତ ଅବସ୍ଥାରେ ହେମନ୍ତଙ୍କୁ ପୋଲିସ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *