ନିମାପଡା କ୍ରିକେଟ କପ ଆସନ୍ତା ରବିବାର ଦମଦାର ଫାଇନାଲ

ନିମାପଡା କ୍ରିକେଟ କପ ଆସନ୍ତା ରବିବାର ଦମଦାର ଫାଇନାଲ।
ମୁଖ୍ୟ ଆକର୍ଷଣ ଓଲିଉଡ଼ ଅଭିନେତ୍ରୀ ଶିବାନୀ।

ନିମାପଡା, ୧0/୧( ) ନିମାପଡା ଅଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ଚାଲୁଥିନା ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଏବଂ ପାରାଦ୍ବୀପ କ୍ରିକେଟ କ୍ଲବ ପାରାଦ୍ବୀପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପାରାଦ୍ବୀପ କ୍ରିକେଟ କ୍ଲବକୁ ୭ ୱିକେଟରେ ହରାଇ ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ ପ୍ରବେଶ କରିଛି l ପ୍ରଥମେ ଟସ ଜିତି ପାରଦ୍ବୀପ କ୍ରିକେଟ କ୍ଲବ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ନିର୍ଦ୍ଧାରିତ ୩0 ରୁ ୨୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲା l ଦଳ ପକ୍ଷରୁ ବିକାଶ ପରିଡା ୩୨ ଓ ଓ ଅକ୍ଷୟ ସିଂ ୩୧ ରନ ସଂଗ୍ରହ କରିଥିଲେ l ପ୍ରତିପକ୍ଷ ରେଲୱେର ବୋଲର ସମୀର ମହାନ୍ତି ୩ଟି, ପ୍ରଦୀପ ଦାସ, ଜୟନ୍ତ ବେହେରା ପ୍ରତ୍ୟକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ l ଦ୍ଵିତୀୟାର୍ଦ୍ଧରେ ରେଲୱେ ଦଳ ବ୍ୟାଟିଂ କରି ପ୍ରଦୀପ ଦାସଙ୍କ ୬0 ଓ ଅଙ୍କିତ ଯାଦବଙ୍କ ୩୨ ରନ ସହାୟତାରେ ୧୭ ଓଭର ଖେଳି ୩ଟି ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା l ରେଲୱେ ଦଳର ଖେଳାଳି ପ୍ରଦୀପ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ l ଅତିଥି ଭାବେ ଅବଶିଷ୍ଟ ଭାରତୀୟ ଦଳର ପୂର୍ବତନ ଖେଳାଳି, ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଓଡିଶା ରଣଜୀ ଦଳର ଚୟନକର୍ତ୍ତା ରାକେଶ ମହାନ୍ତି,ଆଥେଲେଟିକ ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟବେହେରା, ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରଟିକୁ ପ୍ରଦାନ କରିଥିଲେ l ଅମ୍ପୟାର ଭାବେ ନିର୍ମଳ ମିଶ୍ର ଓ ତ୍ରିଭୁବନ ଦାଶ ଖେଲ ପରିଚାଳନା କରିଥିଲେ l ରବିବାର ଦିନ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ମୁଖ୍ୟ ଆକର୍ଷଣ ରହିବେ ଓଲିଉଡ଼ ଅଭିନେତ୍ରୀ ଶିବାନୀ।

Leave a Reply

Your email address will not be published. Required fields are marked *