ଖବରକାଗଜ ହକରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ। ପଞ୍ଜିକୃତ ହକରମାନଙ୍କୁ କୋଭିଡ ସହାୟତା ରାଶି ୬ ହଜାର ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ମୁଖ୍ୟମନ୍ତ୍ରୀ ହକରମାନଙ୍କୁ ପାଇଁ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିଛନ୍ତି , ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ କୋଭିଡ ସହାୟତା ରାଶି ଘୋଷଣା କରିଛନ୍ତି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭରଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ, ବିଡ଼ିଓ, ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଵହୁ ହକରମାନେ ଉପସ୍ଥିତ ରହିଥିଲେ। ଏହି ଯୋଜନାରେ ପଞ୍ଜିକୃତ ହୋଇଥିବା ହକରମାନଙ୍କୁ କୋଭିଡ ସହାୟତା ରାଶି ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଖବରକାଗଜ ବିତରକ ମାନେ ଖବରକାଗଜ ଓ ପାଠକ ମଧ୍ୟରେ ସେତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଡିଜିଟାଲ ଯୁଗରେ ବି ଖବରକାଗଜ ର ଚାହିଦା କମିନି ସେହିଭଳି ହକର ମାନେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇ ଥିଲେ ,ସେମାନନଙ୍କ ଏପରି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଖୁବ ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଭଦ୍ରକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ହକର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *