ଚିକିତ୍ସିତ ପାଇଁ ଆର୍ଥିକ ସହାୟତାର ଆକୁଳ ନିବେଦନ
ଚିକିତ୍ସିତ ପାଇଁ ଆର୍ଥିକ ସହାୟତାର ଆକୁଳ ନିବେଦନ ।
ସରକାରଙ୍କ ଦୃଷ୍ଟି ପଡୁ ,ଷଷ୍ଠ ଶ୍ରେଣୀର ନବୋଦୟ ଛାତ୍ର ବ୍ଲଡ଼ କ୍ୟାନ୍ସର
ରମ୍ଭା ୯/୩/ ୨୬ : ଗଂଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପାଲୁର ଗ୍ରାମର ୧୨ ବର୍ଷର ନାବାଳକଙ୍କୁ ବ୍ଲକ କ୍ୟାନ୍ସରରେ ରୋଗରେ ଆକ୍ରାନ୍ତ ।ତାଙ୍କ ନାମ ପାଲୁର ପଦ୍ମପୁର ସାହିର ଦୟାନିଧି ବେହେରାଙ୍କ ପୁଅ ଚିନ୍ମୟ ବେହେରା । ସେ ବର୍ତ୍ତମାନ ଚିନ୍ମୟ ଭୁବନେଶ୍ୱର ଏ ଆଇ ଏମ ଏସ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିବା ବେଳେ ଚିନ୍ମୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଜଣେ ମେଧାବୀ ଛାତ୍ର ହୋଇ ନବୋଦୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ବାପା ଦୟାନିଧି ଜଣେ ମତ୍ସ୍ୟଜୀବୀ ଓ ମା’ ସୁରଭି ଜଣେ ଗୃହିଣୀ । ଚିଲିକାରୁ ଯାହା ଆଦାୟ କରେ ଦୁଇ ପିଲାଙ୍କ ପାଠ ପଢ଼ା ସହ ପରିବାର ପ୍ରତିପୋଷଣ କରିଥାନ୍ତି ।କିନ୍ତୁ ଚିଲିକାରୁ ଦୈନିକ ୫୦ରୁ ୧୦୦ ଟଙ୍କା ବି ରୋଜଗାର ହେଉନଥିବା ଦୟାନିଧି କହିଛନ୍ତି ।ଏଭଳି ପରିସ୍ଥିତିରେ ଚିନ୍ମୟଙ୍କ ହଠାତ ଅସୁସ୍ଥ ଖବର ଶୁଣି ବ୍ରହ୍ମପୁର ଏମକେସିଜି ପରେ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାକାର କିଛି ଲୋକଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ଏ ଆଇ ଏମ ଏସ ହସ୍ପିଟାଲରେକୁ ନେଇ ଚିକିତ୍ସା କରୁଛନ୍ତି ।ଚିନ୍ମୟଙ୍କ ଚିକିତ୍ସା ପାଇଁ ଋଣ କରି ଲକ୍ଷେରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଲାଣି ।ତଥାପି ସଂଘର୍ଷ କରି ଚିନ୍ମୟଙ୍କ ଚିକିତ୍ସା କରୁଛନ୍ତି ବାପା ଦୟାନିଧି ।ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ଚିନ୍ମୟଙ୍କ ଚିକିତ୍ସା ପାଇଁ ଯେଉଁ ବ୍ୟକ୍ତି ସ୍ୱ ଇଚ୍ଛାରେ ଦାନ କରିବାକୁ ଚାହୁଁଛନ୍ତି ତାହେଲେ ଏକାଉଣ୍ଟ ନଂ ୩୪୦୩୬୧୫୭୧୨୦,ଆଇଏଫସି କୋଡ଼ ଏସ ବି ଆ ଇ ଏନ ୦୦୦୩୮୧୬ ଏକାଉଣ୍ଟ ହୋଲ୍ଡର ଅଥବା ଚିନ୍ମୟଙ୍କ ମା’ ସୁରଭି ବେହେରାଙ୍କ ଏକାଉଣ୍ଟ ନମ୍ବରକୁ ପଠାଇ ପାରିବେ । ପୁଅର ଚିକିତ୍ସା ପାଇଁ ବିଭିନ୍ନ ସାମାଜିକ ସଂଗଠନ,ଟ୍ରଷ୍ଟ , ଗଂଜାମ ଜିଲ୍ଳାପାଳ ଓ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଚିନ୍ମୟଙ୍କ ବାପା ମା’ ଆକୁଳ ନିବେଦନ କରିଛନ୍ତି ।
