କୋଣାର୍କ ବନଖଣ୍ଡରେ ଲାଗିଲା ନିଆ
କୋଣାର୍କ ଚନ୍ଦ୍ରଭାଗା କୋଣାର୍କ ବନଖଣ୍ଡ ଅଧିନସ୍ଥ ବନଖଣ୍ଡ ଚାରା ପ୍ରସ୍ତୁତ କେନ୍ଦ୍ର ସମ୍ମୁଖ ବାଣପଦା ସୁରକ୍ଷା ଜଙ୍ଗଲରେ ଲାଗିଲା ନିଆଁ ,ଖବର ପାଇଁ ଚମ୍ପାହର ଅଗ୍ନିଶମ ବିଭାଗ ର ୫ ଜଣ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ ରେ ପହଞ୍ଚି ପ୍ରାୟ ୧ ଘଣ୍ଟା ପରିଶ୍ରମ କରି ନିଆଁ କୁ କଲେ ଆୟତ୍ତ । ସୂଚନା ଥାଉକି ପୁରୀ କୋଣାର୍କ ମୁଖ୍ୟ ରାସ୍ତା ବନଖଣ୍ଡ ଚାରା ତିଆରି କରୁଥିବା କେନ୍ଦ୍ର ସମ୍ମୁଖ ରେ ଥିବା ଜଙ୍ଗଲ ରେ କିଏ ଜଣେ ଅସାମାଜିକ ବ୍ୟକ୍ତି କିଆ ବୁଦାରେ ନିଆଁ ଲଗାଇ ପଳାଇଯାଇଥିଲା ନିଆଁର ଜଳିବା ଏପରି ଥିଲା ବାଣପଦା ସୁରକ୍ଷା ଜଙ୍ଗଲ ଜଳିବାକୁ ଲାଗିଥିଲା। ସେହି ରାସ୍ତାରେ କିଛି ଯୁବକ ଚାଲି ଯାଉଥିବା ସମୟରେ ଜଙ୍ଗଲ ଜଳୁଥିବା ଦେଖି ଅଗ୍ନିଶମ ବିଭାଗ କୁ ଫୋନ୍ କରି ଜଣାଇଥିଲେ । ଖବର ପାଇଁ ଚମ୍ପାହର ଅଗ୍ନିଶମ ବିଭାଗ ର ୫ଜଣ କର୍ମଚାରୀ ଏକ ପାଣି ବୋଝେଇ ଗାଡିଧରି ପହଞ୍ଚି ଲା ବେଳକୁ ବାଣପଦା ଜଙ୍ଗଲ ର ଝାଉଁ ଜଙ୍ଗଲ ଜଳୁଥିବା ଦେଖି ନିଆଁ କୁ ଲିଭାଇ ଆୟତ୍ତ କୁ ଆଣିଥିଲେ। ସେପର୍ଯ୍ୟନ୍ତ କୋଣାର୍କ ବନଖଣ୍ଡ ଅଧିକାରୀ ପହଞ୍ଚି ନଥିବା ମଧ୍ୟ ଦେଖା ଯାଇଛି। ଯଦି ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା। ତାହେଲେ ବାଣପଦା ଉଡିସି ଜଙ୍ଗଲ ସହ ରାଉଳ ପାଟଣା ଇଡିସି ଜଙ୍ଗଲ ଜଳି ପାଉଁଶ ହୋଇଥାନ୍ତା ।ଏପରି ବାରମ୍ବାର ଜଙ୍ଗଲ ରେ ନିଆଁ ଲାଗିବା ଦେଖା ଦେଉଥିଲେ ହେ ବନବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବା କୁ ନେଇ ବନବିଭାଗ ର ପାରିଆ ପଣିଆ ପଦାରେ ପଡିଛି। ତୁରନ୍ତ ପୁରୀ ବନବିଭାଗ ଦୃଷ୍ଟି ଆକର୍ଷଣ କରିବା ସାଧାରଣରେ ଦାବି ହୋଇଛି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
