ପୂଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ#

ଅସ୍ତରଙ୍ଗ ୧୬/୫ – ଅସ୍ତରଙ୍ଗ ବ୍ଲକ ଆଳସାହି ପଂଚାୟତ ଅନ୍ତର୍ଗତ ଓଳିହାଁ ଗ୍ରାମ ଶିବ ମନ୍ଦିର ସମ୍ମୁଖୀନରେ ଗତ କାଲି ବିଳମ୍ବିତ ରାତ୍ରରେ ଏକ ପୁଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇଟି ଫ୍ରିଜ୍ ଓ ଏକ ଫ୍ରିଜର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯୋଗ୍ୟ କି ଓଳିହାଁ ଗ୍ରାମରେ ଶିବ ମନ୍ଦିର ସମ୍ମୁଖୀନ ରେ ପ୍ରଭାତ କୁମାର ବେହେରା ପୂଜା ସାମଗ୍ରୀ ଦୋକାନ କରି ପରିବାର ପ୍ରତିପୋଷଣ କରିଥାଏ। କିନ୍ତୁ ଗତ କାଲି ରାତ୍ରରେ ମନ୍ଦିର ପରିସରରେ କିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ରାତ୍ର ୧ ଟା ସମୟରେ କାର୍ଯ୍ୟକ୍ରମ ବନ୍ଦ ହୋଇ ଥିଲା। କିଛି ଲୋକ ମନ୍ଦିର ପରିସରରେ ଶୋଇପଡିଲେ। ବିଳମ୍ବିତ ତଥା ୩ ଟାରେ ଏକ ଶବ୍ଦ ହେବାରୁ ମନ୍ଦିର ପରିସରରୁ ଲୋକ ଆସି ଦେଖନ୍ତି ଦୋକାନଟି ହୁହୁ ହୋଇ ଜଳି ଚାଲିଛି। ଉପସ୍ଥିତ ଲୋକ ଆସି ନିଆଁ କୁ ଆୟତ୍ତ କରିଥିଲେ।

ବ୍ୟବସାୟୀକ ଶତ୍ରୁତା କୁ ନେଇ ସନ୍ଦେହ କରି ସେହି ଗ୍ରାମର କୃଷ୍ଣ ଚଦ୍ର ମହାନ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ପ୍ରଭାତ କୁମାର ବେହେରା। କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କର ସେହି ଠାରେ ଏକ ପୂଜା ସାମଗ୍ରୀ ଦୋକାନ ମଧ୍ୟ୍ୟ ରହିଛି । ଅସ୍ତରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଂଚି ମହାନ୍ତିକୁ ଥାନାକୁ ଆଣିବା ସମୟରେ ଉତେଜନା ସୃଷ୍ଟି ହୋଇଥିଲା। କୃଷ୍ଣ ଚନ୍ଦ୍ର ଙ୍କ ଦେହ କିଛି ସ୍ଥାନ ନିଆଁ ଲାଗି ପୋଡି ହୋଇଯାଇଛି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ମାମଲା ରଜୁ ହେଉଥିବା ଥାନା ନିରୀକ୍ଷକ ରାଜେଶ ବଳିୟାର ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *