ଖଜୁରୀପଡ଼ା ବ୍ଲକର ଦେବଦୂତ ହୋଇଛି ଅଗ୍ନିଶମ ବିଭାଗ
ଖଜୁରୀପଡ଼ା ବ୍ଲକର ଦେବଦୂତ ହୋଇଛି ଅଗ୍ନିଶମ ବିଭାଗ।ଫୁଲବାଣୀ:ନିପ୍ର:-୧୮/୧୧() କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରୁ ଭୁବନେଶ୍ଵର କୁ ସଂଯୋଗ କରୁଥିବା ନଂ୮ ରାଜ୍ଯ ରାଜପଥ ମୁଖ୍ୟତଃ ଫୁଲବାଣୀ ସାଧନା ଛକ ଠାରୁ ଗାଡ଼ିଆପଡ଼ା ପର୍ଯ୍ୟନ୍ତ ବର୍ଷ ସାରା ସବୁବେଳେ ସଡ଼କ ଦୁର୍ଘଟଣା ଘଟୁଛି। ସପ୍ତାହେ ଯାଉନି କୋଉଠି ନହେଲେ କୋଉଠି ଦୁର୍ଘଟଣା ଘଟୁଛି। ବର୍ଷକ ମଧ୍ୟରେ ଯାହା ଦୁର୍ଘଟଣା ଘଟୁଛି ତାହା କେତେ ଯଦି କୁହାଯାଏ ତାହେଲେ କେହି ମଧ୍ଯ ବିଶ୍ୱାସ କରିବେ ନାହିଁ। ତେଣୁ ଖବରେ ପ୍ରକାଶ କରିବା ଠିକ୍ ହେବନାହିଁ ବୋଲି ତାହା ଦର୍ଶାଇ ହେଉନାହିଁ। କିନ୍ତୁ ଏହାର ମୂକ ସାକ୍ଷୀ ହୋଇଛି ଦମକଳ ଗାଡ଼ି ଏବଂ ଦେବାଦୂତ ହୋଇଛି ଅଗ୍ନିଶମ ବାହୀନି। ଆଉ ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ଯ ନିଶ୍ଚିତ କମହେବ। ଦୂତୀୟରେ କେତେକ ସମାଜସେବୀ ଙ୍କ ପ୍ରମୁଖ ଭୂମିକା ପାଇଁ ଦୁର୍ଘଟଣା କରୀ ମାନେ ନିଜ ଜୀବନ ଫେରି ପାଉଥିବା କହିଲେ ମଧ୍ଯ ଅତ୍ୟୁକ୍ତି ହେବନାହିଁ। ଅଗ୍ନିଶମ ବାହିନୀକୁ ଖବର ଓ ପୋଲିସ୍ ବିଭାଗକୁ ଖବର ପହଞ୍ଚାଇ ମାନବିକତା ଦେଖାଇବା ଓ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବା ଏକ ବଡ଼ ଅବଦାନ ନିଶ୍ଚିତ। ୧୦୮ ଆମ୍ବୁଲାନ୍ସ ଅପେକ୍ଷା ଜରୁରୀ କାଳୀନ ବେଳେ ଆମ ଅଗ୍ନିଶମ ବାହିନୀ ଭାଇ ମାନେ ଯେଉଁଭଳି ତୁରନ୍ତ ପଦକ୍ଷେପ ନିଅନ୍ତି ତାହା ଖଜୁରୀପଡ଼ା ବ୍ଲକ ଅଞ୍ଚଳ ପାଇଁ ବହୁତ ମୂଲ୍ୟବାନ l ଆଜି ମଧ୍ୟ ଏକ ସଡ଼କ ଦୁର୍ଘଟଣା ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ଥ ସମ୍ବେପଦର ଠାରେ ହୋଇଥିଲା ।ସମାଜସେବୀ ମାନଙ୍କ ଠାରୁ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଦୁର୍ଘଟଣା କାରି ଗୁରୁତର ବ୍ୟକ୍ତିଙ୍କୁ ଖଜୁରୀପଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚାଇ ଚିକିତ୍ସା କରାଇଛି। ଦୁର୍ଘଟଣା କାରୀ ବ୍ୟକ୍ତି ଜଣକ ହେଲେ ଫୁଲବାଣୀ ଆଇ ଟିଆଇ ନିକଟସ୍ତ ଗୌଡପଡ଼ା ଗ୍ରାମର ଶୁକ୍ରୁ କହଁର (୪୫) ବୋଲି ଜଣା ପଡ଼ିଛି।ଅଗ୍ନିଶମ ବାହିନୀର ଏହି ମହୋତ୍ୱପୂର୍ଣ୍ଣ କାର୍ଯ୍ୟ କଳପ ଉପରେ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଇ ଅଗ୍ନିଶମ ବାହିନୀ ଖଜୁରୀପଡ଼ା ବ୍ଲକ ଅଞ୍ଚଳ ପାଇଁ ଦେବଦୂତ ହୋଇଛି ବୋଲି ଆକ୍ଷା ଦେଇଥିବା ବେଳେ ସବୁବେଳେ ଏହି ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ପ୍ରଭୂ ଜଗନ୍ନାଥ ଭଲରେ ରଖିଥାନ୍ତୁ ବୋଲି କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମାହାସଂଘର ସଭାପତି ବୈଦ୍ୟନାଥ ବେହେରା ପ୍ରଭୂ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରି ଜଣାଇଛନ୍ତି।
