ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନରେ ନିଆଁ

ଭୁବନେଶ୍ୱର,୯।୬: ପିଛା ଛାଡୁନି ଟ୍ରେନ ଦୁର୍ଘଟଣା। ଛତିଶଗଡ ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଯାତ୍ରୀମାନେ ଦେଖି ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାପରେ କର୍ତ୍ତୃପକ୍ଷ ଟ୍ରେନଟିକୁ ନୂଆପଡା ଜିଲା ଖରିଆର ରୋଡ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନରେ ବ୍ରେକ ବାଇଣ୍ଡିଂରେ ସ୍ପାର୍କିଂ ହୋଇ ନିଆଁ ଲାଗିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *