ନିଆଁକୁ ଆୟତ୍ତ ପାଇଁ ଫାୟାର ମିଷ୍ଟ ବାଇକର ଶୁଭାରମ୍ଭ l
ଯାଜପୁର ରୋଡ କାର୍ଯ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍କାଳ ନିଆଁକୁ ଆୟତ୍ତ ପାଇଁ ଫାୟାର ମିଷ୍ଟ ବାଇକର ଶୁଭାରମ୍ଭ l ନିଆଁକୁ ତତ୍କାଳ ଲିଭେଇବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହେଇଛି l ତେବେ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତେକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ଫାୟାର ମିଷ୍ଟ ବାଇକରେ ବ୍ୟବସ୍ଥା କରାଯାଇଛି l ଏହି ପରିପକ୍ଷରେ ଏହି ବାଇକକୁ ଆଜି ଅଗ୍ନିଶମ ବିଭାଗ ଅଧିକାରୀ ତାପସ କୁମାର ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି l

ଏହି ବାଇକ ପ୍ରତେକ ଭିଡ ଥିବା ସ୍ଥାନରେ ଆଗରୁ ରହି ନିଆଁକୁ ତଦାରଖ କରିବ l ଏଥିସହିତ ନିଆଁ ଲାଗିଲେ ଏହି ଗାଡି ତତ୍କାଳ ଲିଭେଇବାକୁ ଚ୍ୟାଷ୍ଠା କରିବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ମନ୍ତ୍ରୀ ସୂଚନା ଦେଇଛନ୍ତି l ଏହି ଗାଡ଼ିରେ ପୂର୍ବରୁ ପାଣି ଓ ଫୋମର ବ୍ୟବସ୍ଥା ଥିବା ସୂଚନା ମିଳିଛି l
