ପ୍ରଥମ ବାର୍ଷିକ ବନ ମହୋତ୍ସବ ପାଳନ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ଅଲାଭର ପଞ୍ଚାୟତ ଅଧୀନ ରେ ଥିବା ଜାଗ୍ରତ ଗୌରୀ ପ୍ରାଙ୍ଗଣରେ ପ୍ରଥମ ବାର୍ଷିକ ବନ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଅଛି। ଏହି ମହୋତ୍ସବ ଅଳାଭର ପଞ୍ଚାୟତ ସାଂସ୍କୃତିକ ପରିଷଦ ତରଫରୁ ପ୍ରଥମ ବାର୍ଷିକ ବନ ମହୋତ୍ସବ ପାଳନ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଅନେକ ଯୁବପିଢି, ବିଶ୍ବଜିତ୍ ମିଶ୍ର ଅଧ୍ୟକ୍ଷ, ରାଜେନ୍ଦ୍ର ପ୍ରସାଦ ଶତପଥୀ, (ସଭାପତି) ସାଂସ୍କୃତିକ ପରିଷଦ କର୍ମ କର୍ତ୍ତାମାନେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶହେରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା। ଆଜି କାଲି ଯୁବପିଢି ପଥ ଭ୍ରଷ୍ଟ ନହୋଇ ସାମାଜିକ କାର୍ଯ୍ୟକ୍ରମ ସେବା କରନ୍ତୁ। ଦିଗଦର୍ଶନ ଦେଇଛନ୍ତି।
ଜଗତସିଂହପୁର ରୁ ରୀତା ସାହୁ
